ଏହି ରାଜ୍ୟରେ ଗତକାଲି ବିକ୍ରି ହୋଇଛି ୪୫ କୋଟି ଟଙ୍କାର ମଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

ଏହି ରାଜ୍ୟରେ ଗତକାଲି ବିକ୍ରି ହୋଇଛି ୪୫ କୋଟି ଟଙ୍କାର ମଦ

ବେଙ୍ଗାଲୁରୁ: ମାର୍ଚ୍ଚ ୨୪ ତାରିଖରୁ ଲକ୍‌ଡାଉନ୍ ଯୋଗୁ ସାରା ଦେଶରେ ମଦ ଦୋକାନ ଗୁଡ଼ିକ ବନ୍ଦ ଥିବା ବେଳେ ଗତକାଲି ଠାରୁ କିଛି ରାଜ୍ୟ କେନ୍ଦ୍ରର ଗାଇଡ୍‌ଲାଇନ୍ ଅନୁଯାୟୀ ଏଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଥିଲେ। ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକା ମଧ୍ୟ ରହିଛି। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ, ଗତକାଲି ଗୋଟିଏ ଦିନରେ ଏହି ରାଜ୍ୟ ୪୫ କୋଟି ଟଙ୍କାର ମଦ ବିକ୍ରି କରିଛି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କର୍ଣ୍ଣାଟକାରେ ୩.୯ ଲକ୍ଷ ଲିଟର ବିଅର ଓ ୮.୫ ଲକ୍ଷ ଲିଟର ଭାରତରେ ତିଆରି ବିଦେଶୀ ମଦ ବିକ୍ରି ହୋଇଥିଲା। ରାଜ୍ୟ ଅବକାରୀ ବିଭାଗ ଏଠାରେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ଅନୁମତି ଦେଇଛି। ରାଜସ୍ୱ ବଢ଼ାଇବା ପାଇଁ ମଦ ବିକ୍ରିକୁ ଅନୁମତି ଦେବାକୁ ପୂର୍ବରୁ କର୍ଣ୍ଣାଟକା ଅବକାରୀ ବିଭାଗ ସରକାରଙ୍କୁ ନିବେଦନ କରିଥିଲା।

ସୂଚନାଯୋଗ୍ୟ, କିଛି ରାଜ୍ୟ କେନ୍ଦ୍ରର ଗାଇଡ୍‌ଲାଇନ୍ ଅନୁସାରେ ମଦ ବିକ୍ରି କରିବାକୁ ଅନୁମତି ଦେବା ପରେ ଗତକାଲି ଏଗୁଡ଼ିକ ଖୋଲିଥିଲା। ଆଉ ଅନେକ ସ୍ଥାନରେ ମଦ କିଣିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଲାଗିଥିଲା। ଏମିତିକି କିଛି ସ୍ଥାନରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚର୍ଜ କରିବାକୁ ପଡ଼ିଥିଲା। ବିଶେଷ କରି ଦିଲ୍ଲୀ, କର୍ଣ୍ଣାଟକା ଓ ଛତିଶଗଡ଼ରେ ଲୋକମାନେ ମଦ ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। ଲୋକମାନେ ସାମାଜିକ ଦୂରତାକୁ ପାଳନ ନ କରିବାରୁ ପୁଲିସ୍‌ ରେଡ ଜୋନରେ ଥିବା ଦିଲ୍ଲୀରେ ଲାଠିଚାର୍ଜ କରିଥିଲା। ତଥାପି ସ୍ଥିତିରେ ସୁଧାର ନ ଆସିବାରୁ ପୁଲିସ୍‌ ବାଧ୍ୟ ହୋଇ ଦିଲ୍ଲୀର ଏକାଧିକ ସ୍ଥାନରେ ମଦ ଦୋକାନଗୁଡ଼ିକୁ ବନ୍ଦ କରି ଦେଇଥିଲା। ମଦ ପାଇଁ ଲୋକେ ସକାଳ ପ୍ରାୟ ୭ଟା ବେଳୁ ଲାଇନ୍‌ରେ ଛିଡ଼ା ହୋଇଥିଲେ।

କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ଏକକାଳୀନ ମଦ ଦୋକାନକୁ ୫ ଜଣ ଗ୍ରାହକ ଯାଇପାରିବେ। ପ୍ରତି ଗ୍ରାହକଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ। କିନ୍ତୁ କାଲି ବହୁ ସ୍ଥାନରେ ଏହି ନିୟମକୁ କେହି ମାନି ନଥିଲେ।



from Odisha Reporter https://ift.tt/3b3vXQG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages