ଟ୍ରକ୍‌ ପଛରେ ପିଟି ହେଲା ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଟ୍ରକ୍‌ ପଛରେ ପିଟି ହେଲା ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଡିମିରିଆ ଛକରେ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ବସଟି ଏକ ଟ୍ରକ୍ ପଛରେ ଧକ୍କା ଦେବାରୁ ୪ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ରେ ୩୧ ଜଣ ପ୍ରବାସୀ ଶ୍ରମିକ ଥିଲେ। ସେମାନେ ସମସ୍ତେ ପଶ୍ଚିମବଙ୍ଗର। ସେମାନେ ଚେନ୍ନାଇରୁ ବସ୍‌ ଯୋଗେ ନିଜ ରାଜ୍ୟକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବସ୍‌ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଡିମିରିଆ ଛକରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ ପଛରେ ବସ୍‌ଟି ପିଟି ହୋଇଯାଇଥିଲା। ଫଳରେ ବସ୍ ସାମ୍ନାରେ ବସିଥିବା ୪ ଶ୍ରମିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଫେରାର ହୋଇଯାଇଥିଲା।

ଖଲ୍ଲିକୋଟ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟ ଶ୍ରମିକମାନଙ୍କୁ ପୁଲିସ୍ ସେମାନଙ୍କ ରାଜ୍ୟକୁ ପଠାଇବାକୁ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।



from Odisha Reporter https://ift.tt/2Tkh6LG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages