ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଅମ୍ଫାନ୍ ଲ୍ୟାଣ୍ଡଫଲ୍ କରିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଅମ୍ଫାନ୍ ଲ୍ୟାଣ୍ଡଫଲ୍ କରିବ

ଭୁବନେଶ୍ୱର: ସଂଧ୍ୟାରେ ପଶ୍ଚିମଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ମାହାବାତ୍ୟା ଅମ୍ଫାନ୍। ଏବେ ପାରାଦ୍ୱୀପଠାରୁ ୧୨୦ କିଲୋମିଟର ଦୂରରେ ଏହି ମହାବାତ୍ୟା ରହିଥିବା ସୂଚନା ରହିଛି। ପୂର୍ବରୁ ଏହି ମହାବାତ୍ୟା ପଶ୍ଚିମବଙ୍ଗରେ ରାତିରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ ରହିଥିଲା। ଏବେ କିନ୍ତୁ ଆଗୁଆ ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ୍  କରିବ ବୋଲି ଜଣାପଡ଼ିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫-୧୬୫ କିଲୋମିଟର ରହିବ ବୋଲି ଆକଳନ ହୋଇଛି। ସର୍ବାଧିକ ବେଗ ୧୮୦କିଲୋମିଟର ହୋଇପାରେ।

ପଶ୍ଚିମବଙ୍ଗ ମୁହାଁ ଏହି ମହାବାତ୍ୟା ଯାଉଥିବାରୁ ପାରାଦ୍ୱୀପରେ ବାତ୍ୟାର ତୀବ୍ରତା ଅପସରି ଯାଉଥିବାବେଳେ ପବନର ବେଗ ମଧ୍ୟ କମିଛି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବାତ୍ୟା ଓ୍ୱାର୍ଣ୍ଣିଂ ମୁଖ୍ୟ ଆର.କେ ଜେନାମଣି।

ତେବେ ପାରାଦ୍ୱୀପରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ମଝିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ରହିଛି। ତେଣୁ ଏହି ଏହି ତିନି ଜିଲ୍ଲାରେ ଏବେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ। ଏମିତିକି ସକାଳେ ଯେଉଁ ବେଗରେ ପବନ ବହୁଥିଲା ତାଠାରୁ ଅଧିକ ରହିବ ପବନର ବେଗ। ଏଯାବାତ ବାତ୍ୟା ଅମ୍ଫାନ୍ ପୂର୍ବ ଆକଳନ ଅନୁସାରେ ଠିକ୍ ଗତିପଥରେ ଗତି କରୁଥିବା ସୂଚନା ରହିଛି।



from Odisha Reporter https://ift.tt/2Zjl0rJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages