୧୨ ଲକ୍ଷ କୋଟି ଟଙ୍କାର ଋଣ କରିବେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

୧୨ ଲକ୍ଷ କୋଟି ଟଙ୍କାର ଋଣ କରିବେ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଦେଶର ଅର୍ଥନୀତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅର୍ଥନୀତିକୁ ସୁଧାରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ସରକାର ୧୨ ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ବଜେଟରେ ସରକାର ୭.୮ ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି କହିଥିଲେ।

ହେଲେ ଏବେକାର ସ୍ଥିତିକୁ ଦୃଷ୍ଟି କରି ସରକାର ଅଧିକ ପରିମାଣର ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଋଣକୁ ସରକାର ବିଭିନ୍ନ ବଜାରରୁ ଆଣିବେ। କରୋନା ଯୋଗୁ ସରକାରଙ୍କ ରାଜସ୍ୱ ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ଋଣ ଦ୍ୱାରା ୨୦୨୦-୨୧ ବର୍ଷରେ ବିତ୍ତୀୟ ନିଅଣ୍ଟ ୫.୫%ରେ ପହଞ୍ଚିବ। ପୂର୍ବରୁ ବିତ୍ତୀୟ ନିଅଣ୍ଟ ୩.୫% ରହିବ ବୋଲି ଆକଳନ କରାଯାଇଥିଲା।

ସରକାରୀ ସୂଚନା ଅନୁଯାୟୀ, ସରକାର ପ୍ରତି ସପ୍ତାହରେ ଗୋଟିଏ ଲେଖାଏ ବଣ୍ଡ ବିକ୍ରି କରି ୩୦ ହଜାର କୋଟି ଟଙ୍କା ଆଣିବେ। ପୂର୍ବରୁ ୧୯ ହଜାରରୁ ୨୧ ହଜାର କୋଟି ଟଙ୍କା ଆଣିବେ ବୋଲି କହିଥିଲେ।



from Odisha Reporter https://ift.tt/2SNENf2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages