କ୍ୱାରେଣ୍ଟାଇନ୍ ସେଣ୍ଟରର ୧୦୦ ମିଟର ପରିସରରେ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

କ୍ୱାରେଣ୍ଟାଇନ୍ ସେଣ୍ଟରର ୧୦୦ ମିଟର ପରିସରରେ ପ୍ରବେଶ ମନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ଖୋର୍ଦ୍ଧା, ଯାଜପୁର ପରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ କରୋନାର ହଟସ୍ପଟ ପାଲଟିଛି। ରାଜ୍ୟରେ ସମୁଦାୟ ୨୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଗଞ୍ଜାମରେ ଏହି ସଂଖ୍ୟା ୮୩ ଛୁଇଁଲାଣି। ଗଞ୍ଜାମରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାଯାଇଛି, ଯାହାକି ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟତଃ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଥିବା ଲୋକ ନିଜ ପରିବାର ସଦସ୍ୟଙ୍କୁ ଭେଟୁଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ବହୁମାତ୍ରାରେ ବଢ଼ି ଯାଉଛି। ତେଣୁ  କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ନିକଟକୁ ଯେପରି କେହି ବାହାର ଲୋକ ପହଞ୍ଚି ନ ପାରିବେ ସେଥିଲାଗି କଠୋର ପଦକ୍ଷେପ ନିଆଯାଇଛି।  ସେଣ୍ଟରର ୧୦୦ ମିଟର ପରିସର ଭିତରକୁ ପ୍ରବେଶ ନିଷେଧ କରାଯାଇଛି। କେହି ନିୟମ ଉଲ୍ଲଂଘନ କଲେ ସିଆରପିସି ୧୪୪ରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଚେତାବନୀ ଦିଆଯାଇଛି ।

ଏହି ନିର୍ଦ୍ଦେଶନାମାର ଯେପରି ଅନୁପାଳନ କରାଯିବ ସେଥିପାଇଁ ଏସ୍‌ପି, ଥାନା ଅଧିକାରୀମାନଙ୍କୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାରଣ କଟକଣା ବଳବତ୍ତର ରହିବ।



from Odisha Reporter https://ift.tt/2WzByc8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages