ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସ୍ଥଗିତ ଥିବା ସମସ୍ତ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବିଷୟର ପରୀକ୍ଷା ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ହିଁ ଦେଇପାରିବେ। ସେମାନଙ୍କୁ ଆଉ ପରୀକ୍ଷା ଦେବା ପାଇଁ ସ୍କୁଲ ବାହାରେ ହୋଇଥିବା ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ।
ଏନେଇ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ରେଜଲ୍ଟକୁ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ କରିବାକୁ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ସେହିପରି ଲକଡାଉନ ପୂର୍ବରୁ ହୋଇଥିବା ପରୀକ୍ଷାଗୁଡ଼ିକର ଖାତା ଦେଖା ମଧ୍ୟ ଆରମ୍ଭ ହୋଇଯାଇଛି।
ସିବିଏସଇ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ଗୋଟିଏ ସ୍କୁଲରୁ ଆଉ ଗୋଟିଏ ସ୍କୁଲକୁ ଯିବାକୁ ପଡ଼ୁଥିଲା। ହେଲେ ଏବେ ସମସ୍ତ ପେଣ୍ଡିଂ କ୍ଲାସ ୧୦ ଓ ୧୨ର ପରୀକ୍ଷା ପିଲାମାନେ ସେମାନଙ୍କ ସ୍କୁଲରେ ହିଁ ଦେଇପାରିବେ। କରୋନା ଯୋଗୁ ଅଯଥା ସେମାନଙ୍କୁ ଯାତ୍ରା କାର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ ଏପରି ବ୍ୟବସ୍ଥା ହୋଇଛି।
ପରୀକ୍ଷା ଯେଉଁ ସବୁ ସ୍କୁଲରେ ହେବ, ସେଠାରେ ଶିକ୍ଷକମାନେ ପିଲାଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ, ତା’ର ବ୍ୟବସ୍ଥା କରିବେ। ସେହିପରି ପିଲାମାନେ ନିଜ ସାଙ୍ଗରେ ସାନିଟାଇଜର ଓ ମାସ୍କ ଆଣିବେ, ତା’ର ବ୍ୟବସ୍ଥା ମଧ୍ୟ କରିବେ। ଏହି ସୂଚନା ମାନବ ସମ୍ବଳ ମନ୍ତ୍ରୀ ରେମଶ ପୋଖରିୟାଲ ମଧ୍ୟ ସମସ୍ତଙ୍କୁ ଦେଇଛନ୍ତି।
from Odisha Reporter https://ift.tt/2Zj8clk
No comments:
Post a Comment