ବାତ୍ୟା ଅମ୍ଫାନ ନେଲା ୨୪ ଜୀବନ, ପଶ୍ଚିମବଙ୍ଗ ଧ୍ୱସ୍ତବିଧ୍ୱସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ବାତ୍ୟା ଅମ୍ଫାନ ନେଲା ୨୪ ଜୀବନ, ପଶ୍ଚିମବଙ୍ଗ ଧ୍ୱସ୍ତବିଧ୍ୱସ୍ତ

କୋଲକାତା: ଦୀର୍ଘ ବର୍ଷ ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ଭାରତ ସମେତ ପଡ଼ୋଶୀ ବାଂଲାଦେଶରେ ବ୍ୟାପକ କ୍ଷତି ଘଟାଇଛି। ଅମ୍ଫାନ ପ୍ରଭାବରେ ସର୍ବାଧିକ କ୍ଷତି ସହିଛି ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ ଅମ୍ଫନା ସର୍ବନାଶ କରିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ପ୍ରଥମେ ଓଡ଼ିଶାରେ କ୍ଷୟକ୍ଷତି କରି ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଅମ୍ଫାନ ଏଯାଏ ୨୪ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସୁସୁ ଶବ୍ଦ ସାଙ୍ଗକୁ ପ୍ରବଳ ବର୍ଷା ସହ ଗତକାଲି ସନ୍ଧ୍ୟାରେ ଅମ୍ଫାନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା। ଲ୍ୟାଣ୍ଡଫଲ କରିବାକୁ ୪ ଘଣ୍ଟା ସମୟ ନେଇଥିବା ଅମ୍ଫାନ ସ୍ଥଳଭାଗରେ ଦୀର୍ଘ ୬ ଘଣ୍ଟା କାଳ ତାଣ୍ଡବ ଲୀଳା କରିଥିଲା।

କୋଲକାତା ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଅମ୍ଫାନ ପରେ ଛିନଛତ୍ର ହୋଇଯାଇଛି। ହଜାର ହଜାର ଘର ଭାଙ୍ଗି ଯାଇଥିବା ବେଳେ ଲକ୍ଷାଧିକ ବିଜୁଳି ଖୁଣ୍ଟ ନଷ୍ଟ ହୋଇଯାଇଛି। ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ପାଚେରୀ ଓ ଗଛ କେହି ବି ଅମ୍ଫାନ ତାଣ୍ଡବରୁ ରକ୍ଷା ପାଇନାହାନ୍ତି। ସବୁଠି ଅମ୍ଫାନର ଧ୍ୱଂସବିଧ୍ୱସ୍ତ ରୂପ ଦେଖିବାକୁ ମିଳିଥିଲା।

ବିଶେଷ କରି ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଠାରୁ ଆରମ୍ଭ କରି ପଥରପ୍ରତିମା, ନାମଖାନା, କକଦ୍ୱୀପ, କୁଲତାଲି, ବାରୁଇପୁର ଓ ସୋନାରପୁରରେ ବି ଧ୍ୱଂସଲୀଳାର ବିକଟାଳ ଛବି ଆସିଛି। କୋଲକାତା ଏୟାରପୋର୍ଟରେ ପାଣି ପଶି ଯାଇଥିବା ବେଳେ ଲୋକମାନଙ୍କ ମୋବାଇଲ ସେବା ବନ୍ଦ ହୋଇଯାଇଛି। ଲକ୍ଷଲକ୍ଷ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି।

ମଙ୍ଗଳବାର ରାତିରୁ ଓଡ଼ିଶାରେ ପ୍ରଭାବ ବିସ୍ତାର କରିଥିବା ଅମ୍ଫାନ ବୁଧବାର ପ୍ରାୟ ୨.୩୦ରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରଖିଥିବା ଅମ୍ଫାନ ପ୍ରଭାବରେ ଘଣ୍ଟାପ୍ରତି ୧୫୫ କିମିରୁ ୧୬୫ କିମି ରହିଥିଲା। ଗଷ୍ଟିଂ ପ୍ରାୟ ୧୮୫ କିମି ରେକର୍ଡ ହୋଇଛି। ଏହାପରେ ସ୍ଥଳଭାଗରେ ଆଗକୁ ବଢ଼ି ସନ୍ଧ୍ୟା ୭ଟା ସୁଦ୍ଧା କୋଲକାତାରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରେ ପ୍ରାୟ ରାତି ୧୨ଟା ଅମ୍ଫାନ ତାଣ୍ଡବ ରଚିଥିଲା।


ଅମ୍ଫାନ ପଶ୍ଚିମବଙ୍ଗରେ ୧୨ ଜଣଙ୍କ ଜୀବନ ନେଇଥିବା ବେଳେ ବାଂଲାଦେଶରେ ୧୦ ଜଣଙ୍କୁ ମୁଣ୍ଡ ନେଇଛି। ସେହିପରି ଓଡ଼ିଶାରେ ୨ ଜଣ ପ୍ରାଣ ହରାଇଛନ୍ତି। ବାଂଲାଦେଶରେ ଏହାର ପ୍ରଭାବ କମ ଥିଲେ ହେଁ ଗଛ ଉପୁଡ଼ି ପଡ଼ିବାରୁ ବ୍ୟାପକ କ୍ଷତି ଘଟିଛି। ୧୦ ମୃତକଙ୍କ ମଧ୍ୟରେ ଗଛ ପଡ଼ିବା ଯୋଗୁ ଜଣେ ୫ ବର୍ଷୀୟ ଛୋଟ ପିଲା ଓ ୭୫ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ସେହିପରି ଆଉ ଜଣେ ସ୍ୱେଚ୍ଛାସେବୀ ଲୋକଙ୍କୁ ଉଦ୍ଧାର କରିବା ବେଳେ ପ୍ରାଣ ହରାଇଛନ୍ତି।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଗଛ ପଡ଼ି ଜଣେ ମହିଳା ଓ ପୁରୁଷ ପ୍ରାଣ ହରାଇଛନ୍ତି। ସେହିପରି ହାୱଡାରେ ଜଣେ ୧୩ ବର୍ଷୀୟ ଝିଅ ଉଡ଼ନ୍ତା ଟିଣ ମାଡ଼ର ଶିକାର ହୋଇ ଜୀବନ ହରାଇଛନ୍ତି। ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଭୟଙ୍କର ବାତ୍ୟାରେ କେତେ କ୍ଷୟକ୍ଷତି ହୋଇଛି, ତାହା କହିବା ମୁସ୍କିଲ। ପୂରା ରାଜ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ସ୍ଥିତିରେ ପହଞ୍ଚି ଯାଇଛି। ଅନେକ ଅଞ୍ଚଳରେ ବିଜୁଳି ନାହିଁ କି ଫୋନସେବା ମଧ୍ୟ ନାହିଁ। ବର୍ତ୍ତମାନ ଆମେ ୩ଟି ସଙ୍କଟର ସମ୍ମୁଖୀନ ହେଉଛୁ।

ଗୋଟିଏ ହେଲା କରୋନା ଭାଇରସ, ଦ୍ୱିତୀୟ ହେଲା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଓ ଏବେ ପ୍ରଳୟଙ୍କରୀ ବାତ୍ୟା। ବାତ୍ୟା ସର୍ବନାଶ କରିଛି। ବାତ୍ୟା ଅମ୍ଫାନ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କ୍ଷତି ପହଞ୍ଚାଇଛି। ଏବେ ଲୋକଙ୍କୁ ଶେଲଟର ହୋମରେ ରଖାଯାଇଛି। ପ୍ରାୟ ୮ରୁ ୧୦ ଲକ୍ଷ ଲୋକଙ୍କୁ ସରକାର ସୁରକ୍ଷିତ ସ୍ଥାନରେ ରଖିଛନ୍ତି ବୋଲି ସେ କହିଛନ୍ତି।


ଏୟାରପୋର୍ଟ ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିବା ବେଳେ ଏଠାରେ ପାଣି ଜମି ରହିଥିବାରୁ ନଦୀର ଭ୍ରମ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ବାଂଲାଦେଶରେ ପ୍ରାୟ ୧୦ ଲକ୍ଷ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି। ହଜାର ହଜାର ଗଛ ମାଟିରେ ମିଶି ଯାଇଛି।



from Odisha Reporter https://ift.tt/2LL34yj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages