ମୁମ୍ବାଇ: ଲକଡାଉନ ଯୋଗୁ ସାରା ଦେଶରେ ପ୍ରବାସୀ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ପ୍ରବାସୀ ଶ୍ରମିକ ମାଇଲ ମାଇଲ୍ ବାଟ ଚାଲି ନିଜ ଗାଁକୁ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ୍ ଓ ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି। କିଛିଦିନ ହେବ ସେମାନେ ଲଗାତାର ଭାବେ ଶ୍ରମିକ ଓ ଛାତ୍ରମାନଙ୍କୁ ସେମାନଙ୍କ ଘରକୁ ପଠାଉଛନ୍ତି। ବର୍ତ୍ତମାନ ଏହି ଧାରାରେ ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ସାମିଲ ହୋଇଛନ୍ତି।
ମୁମ୍ବାଇରେ ରହୁଥିବା ଉତ୍ତର ପ୍ରଦେଶର କିଛି ଲୋକଙ୍କୁ ଅମିତାଭ ଏବଂ ତାଙ୍କ କଂପାନୀ ‘ଏବି କର୍ପୋରେସନ୍ ଲିମିଟେଡ୍’ ପକ୍ଷରୁ ୧୦ଟି ବସ୍ ଯୋଗେ ସେଠାକୁ ପଠାଇ ଦିଆଯାଇଛି। ଶୁକ୍ରବାର ଦିନ ମୁମ୍ବାଇର ହାଜି ଅଲି ଜୁସ୍ ସେଣ୍ଟରରୁ ୧୦ଟି ବସ୍ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ସମସ୍ତ ପ୍ରବାସୀଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଥିଲା। ପ୍ରବାସୀମାନେ ବସ୍ରେ ଯିବାବେଳେ ମାସ୍କ ପିନ୍ଧିଥିଲେ। ଏପରିକି ବସ୍ରେ ସାମାଜିକ ଦୂରତା ଉପରେ ମଧ୍ୟ ଗରୁତ୍ୱ ଦିଆଯାଇଥିଲା।
ଏହି ସମସ୍ତ ପ୍ରବାସୀମାନେ ଲକଡାଉନ୍ ପରଠାରୁ ମୁମ୍ବାଇରେ ଫସି ରହିଥିଲେ। ତେବେ ବିଗ୍ବିଙ୍କ ସାହାଯ୍ୟରେ ଏମାନେ ନିଜ ପରିବାର ଲୋକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ପାଇଥିଲେ।
ସୂଚନା ମୁତାବକ, ‘ଏବି କର୍ପୋରେସନ୍ ଲିମିଟେଡ୍’ର ପରିଚାଳନା ନିର୍ଦ୍ଦେଶକ ରାଜେଶ ଯାଦବ ଏ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ। ଏହି ମହାନ୍ କାର୍ଯ୍ୟ ମାହୀମ ଦର୍ଗାହ ଟ୍ରଷ୍ଟ ଏବଂ ହାଜି ଅଲି ଦର୍ଗାହ ଟ୍ରଷ୍ଟର ସହଯୋଗରେ କରାଯାଇଛି।
from Odisha Reporter https://ift.tt/36LhDeP
No comments:
Post a Comment