କୋଲକାତା: ମହାବାତ୍ୟା ଅମ୍ଫାନ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ପଶ୍ଚିମବଙ୍ଗର ଉତ୍ତର ଏବଂ ଦକ୍ଷିଣ ୨୪ ପରଗନ ଜିଲ୍ଲା, କୋଲକାତା, ପୂର୍ବ ଏବଂ ପଶ୍ଚିମ ମେଦିନାପୁର, ହାଓ୍ୱାଡ଼ା ଏହଂ ହୁଗୁଳି ସହିତ ଉପକୂଳବର୍ତ୍ତି ଜିଲ୍ଲାରେ ହାଲକା ହାଲକା ବର୍ଷା ଆରମ୍ଭ ହୋଇଛି। ଆଉ କିଛି ସମୟରେ ଏହି ହାଲକା ବର୍ଷା ଜୋରଦାର ବର୍ଷିବ ବୋଲି ଜଣାପଡ଼ିଛି।
ଓଡ଼ିଶାର ମୋଟ୍ ୧୨ଟି ଜିଲ୍ଲାରେ ଅମ୍ଫାନ ପ୍ରଭାବରେ ବର୍ଷା ସହିତ ପବନ ବୋହିବ ବୋଲି ଜଣାପଡ଼ିଛି। ଏଥିପାଇଁ ଗଞ୍ଜାମ୍, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଦା ଏବଂ ନୟାଗଡ଼ ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି।
ଚଳିତ ବର୍ଷ ଏହା ପ୍ରଥମ ବାତ୍ୟା। ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ମହାବାତ୍ୟା ମାଡ଼ି ଆସୁଛି। ବୁଧବାର ପଶ୍ଚିମବଙ୍ଗରେ ଏହି ମହାବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲା ଉପରେ ପଡ଼ିବ। ଏହାକୁ ସୁପର ସାଇକ୍ଲୋନ କ୍ୟାଟାଗୋରୀରେ ରଖାଯାଇଛି। ଅମ୍ଫାନର ବେଗ ୨୪୦-୨୫୦ କିଲୋମିଟର ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
୨୦୧୯ରେ ବୁଲବୁଲ ବାତ୍ୟା ଯେଉଁ ରାସ୍ତାରେ ଆସିଥିଲା ସମାନ ରାସ୍ତାରେ ଅମ୍ଫାନ୍ ଆସୁଛି ବୋଲି ଆଇଏମଡି ନିର୍ଦ୍ଦେଶକ ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ମେ’ ୨୦ରେ ଯଦିଓ ଏହି ବାତ୍ୟା ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ ହେଲେ ଏହାର ପ୍ରଭାବ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଦେଖିବାକୁ ମିଳିଛି। ସ୍ଥାନେସ୍ଥାନେ ପବନ ବୋହିବା ସହିତ ବର୍ଷା ହେଉଥିବା ଦେଖିବାକୁ ମିଳିଛି।
from Odisha Reporter https://ift.tt/2WH73lK
No comments:
Post a Comment