ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ପହିଲାରୁ ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ୍ ଓ ପ୍ରୋଫେସନାଲ୍ ଏଜୁକେସନ୍ ଇନ୍ଷ୍ଟିଚ୍ୟୁଟ୍ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକନିକାଲ୍ ଏଜୁକେସନ୍ (AICTE) ବିଜ୍ଞପ୍ତି ପ୍ରକାଶ କରିଛି। ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ବି AICTE ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖାଯାଇଛି।
ଚଳିତ ବର୍ଷ ବାକି ଥିବା ଶେଷ ବର୍ଷର ସେମିଷ୍ଟାର୍ କରାଇବାକୁ ନେଇ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍ ସେମିଷ୍ଟାର ଓ ଇଣ୍ଟର ମିଡିଏଟ୍ ସେମିଷ୍ଟାର ପରୀକ୍ଷାକୁ ଜୁଲାଇ୧ରୁ ୩୧ ମଧ୍ୟରେ କରାଯିବ। ତେବେ ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ମାର୍କକୁ ଧ୍ୟାନରେ ରଖି ପ୍ରମୋସନ୍ ଦିଆଯିବ ବୋଲି AICTE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାଛଡ଼ା ଚଳିତ ବର୍ଷ ଆଡମିଶନ୍ ନେବାକୁ ଥିବା ପ୍ରଥମ ବର୍ଷ ଛାତ୍ରାଛତ୍ରୀଙ୍କ ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ। ଏହାଛଡ଼ା ଚଳିତ ବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଫି’ ବୃଦ୍ଧି ନକରିବାକୁ କୁହାଯାଇଛି ।
from Odisha Reporter https://ift.tt/2SsfxLf
No comments:
Post a Comment