ଆମୀରଙ୍କ ପ୍ରେମରେ ଆମେରିକା, ଲକଡାଉନରେ ଦେଖୁଛନ୍ତି ଏହି ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ଆମୀରଙ୍କ ପ୍ରେମରେ ଆମେରିକା, ଲକଡାଉନରେ ଦେଖୁଛନ୍ତି ଏହି ଫିଲ୍ମ

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି। କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏଯାବତ୍ ୧୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୦୦୦ ପ୍ରାଣ ହରାଇ ସାରିଛନ୍ତି। ସେଠାରେ ବି ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ରହୁଥିବା ବେଳେ ବିଭିନ୍ନ ଉପାୟରେ ସମୟ ଅତିବାହିତ କରୁଛନ୍ତି। ଅନେକ ଲୋକ ଫିଲ୍ମ ଦେଖି ସମୟ ବିତାଉଛନ୍ତି। ତେବେ ଲକ୍‌ଡାଉନ୍‌ ପିରିୟଡ୍‌ରେ ସେଠାକାର ଲୋକେ କୌଣସି ହଲିଉଡ୍‌ ଫିଲ୍ମ ଅପେକ୍ଷା ବଲିଉଡ୍‌ର ଗୋଟିଏ ଫିଲ୍ମକୁ ସବୁଠୁ ଅଧିକ ଥର ଦେଖିସାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆମୀର ଖାନ୍‌ଙ୍କ ସୁପରହିଟ୍ ଫିଲ୍ମ ‘ଥ୍ରୀ ଇଡିୟଟ୍‌ସ’କୁ ଆମେରିକାର ଲୋକେ ସବୁଠୁ ଅଧିକ ଥର ଦେଖିଛନ୍ତି। ଆଉ ଏହି ଖବର ପାଇବା ପରେ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ କୁଆଡ଼େ ବେଶ୍ ଖୁସି ହୋଇଛନ୍ତି ବୋଲି ସୂଚନା ମିଳିଛି। ଦଶ ବର୍ଷ ତଳେ ପରଦାକୁ ଆସିଥିବା ଏହି ଫିଲ୍ମକୁ ଏବେବି ଲୋକେ ଦେଖିବାକୁ ପସନ୍ଦ କରୁଥିବା ଜାଣି ସେ ଖୁସି ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୦୯ରେ ରିଲିଜ୍ ହୋଇଥିଲା। ଏଥିରେ ଆମୀରଙ୍କ ସହିତ କରୀନା କପୁର, ଆର୍. ମାଧବନ, ଶରମନ ଯୋଶୀ ଓ ବୋମନ ଈରାନୀ ପ୍ରମୁଖ ଅଭିନୟ କରିଥିଲେ। ବକ୍ସ ଅଫିସ୍‌ରେ ଏହି ଫିଲ୍ମଟି ସେତେବେଳେ ଅନେକ ରେକର୍ଡ କରିଥିଲା।



from Odisha Reporter https://ift.tt/2xw9bTO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages