କିରଣ କୁମାରଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 23, 2020

କିରଣ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ଅଭିନେତା କିରଣ କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ କିଛି ସାମାନ୍ୟ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନା ଯାଇଥିଲେ। ତେବେ ସେଠାରେ କୌଣସି କାରଣରୁ କୋଭିଡ୍-୧୯ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିଲେ। ଆଉ ନମୁନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

କିରଣ କୁମାର କହିଛନ୍ତି ଯେ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନଥିଲା। ସେ ଏବେ ସୁସ୍ଥ ଅଛନ୍ତି ଓ ଏବେବି ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଆସନ୍ତାକାଲି ଆଉ ଥରେ ତାଙ୍କର ନମୁନା ପରୀକ୍ଷା ହେବ।

କରୋନା ପଜିଟିଭ୍ ଆସିବା ସତ୍ତ୍ୱେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି। ସେ ଏବେ ସେଲ୍ଫ ଆଇସୋଲେସନ୍‌ରେ ତାଙ୍କ ଘରେ ଅଛନ୍ତି ଓ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ନିୟମ ପାଳନ କରୁଛନ୍ତି। ମୁମ୍ବାଇରେ ତାଙ୍କର ଥିବା ଦୁଇ ମହଲା କୋଠାର ଉପର ମହଲାରେ ସେ ଏକା ରହୁଥିବା ବେଳେ ତାଙ୍କ ପୂରା ପରିବାର ତଳ ମହଲାରେ ରହୁଥିବା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

କିରଣ କୁମାରଙ୍କୁ ୭୪ ବର୍ଷ ହେଲାଣି। ସେ ଅନେକ ବଲିଉଡ୍ ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି। ‘ତେଜାବ୍‌’, ‘ଖୁଦା ଗବାହ’, ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ ଓ ‘ମୁଝ୍‌ସେ ଦୋସ୍ତୀ କରୋଗେ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବଲିଉଡ୍‌ ସିଙ୍ଗର କନିକା କପୁର, ଅଭିନେତା ପୂରବ କୋହଲି ଓ ଜୋଆ ମୋରାନି ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିଲେ।



from Odisha Reporter https://ift.tt/3cXQIPf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages