ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟରେ ଅନଲାଇନ୍ରେ ମିଳିବ ମଦ। ଏଥିନିମନ୍ତେ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଉଭୟ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି କରିପାରିବେ। ତେବେ ଏଥିରୁ କଣ୍ଟେନମେଣ୍ଟ ଜୋନ୍କୁ ବାଦ୍ ଦିଆଯାଇଛି।
ବିଦେଶୀ ମଦ ଉପରେ କୋଭିଡ୍ ଫି’ ଲଗାଇଛନ୍ତି ରାଜ୍ୟ ସରକାର। ଯାହା ଏମ୍ଆରପି ଅଛି, ତା’ ଉପରେ ୫୦ ପ୍ରତିଶତ କୋଭିଡ୍ ଫି’ ଲାଗିବ। ଏହି ଫି’ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନ ଅର୍ଡର ପାଇଁ ଡିସପ୍ଲେ ରଖିବେ। ଡିସପ୍ଲେରେ ଫୋନ ନମ୍ବର, ହ୍ୱାଟସଆପ୍ ନମ୍ବର ଏବଂ ଇ-ମେଲ୍ ଆଇଡି ରହିବ। ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ। OSBC ୱେବସାଇଟ- osbc.co.in.ରେ ଜିଲ୍ଲାୱାରୀ ତଥ୍ୟ ରହିବ। ଏହି ୱେବସାଇଟରେ ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ରହିବ।
ସୂଚନାଯୋଗ୍ୟ, ରାଜ୍ୟରେ ଅନ୍ଲାଇନ୍ରେ ମଦ ହୋମ୍ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି। ଏମାନଙ୍କୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଜୋମାଟୋ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ମଦ ହୋମ୍ ଡେଲିଭରି କରିବ। ଠିକ୍ ସେହିପରି ସ୍ୱିଗିକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗରରେ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ମିଳିଛି।
୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍ ଡେଲିଭରି ଦିଆଯିବ ମଦ।
from Odisha Reporter https://ift.tt/36BQXxn
No comments:
Post a Comment