୧୦ କରୋନା କ୍ଷତିଗ୍ରସ୍ତ ଦେଶ ତାଲିକାରେ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

୧୦ କରୋନା କ୍ଷତିଗ୍ରସ୍ତ ଦେଶ ତାଲିକାରେ ଭାରତ

ନୂଆଦିଲ୍ଲୀ: ରବିବାର ଗୋଟିଏ ଦିନରେ ୭,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରବିବାର ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୫୨୬ ହୋଇଛି। ଏବେ ୭୬,୯୦୨ ଚିକିତ୍ସାଧୀନ ଥିବାବେଳେ ୫୭,୬୦୫ ଜଣ ଆରୋଗ୍ୟ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହିପରି ରବିବାର ଗୋଟିଏ ଦିନରେ ୧୫୦ରୁ ଅଧିକଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୪,୦୦୦ ହୋଇଛି।

୧,୩୮,୫୨୬ ଆକ୍ରାନ୍ତଙ୍କ ସହିତ ଭାରତ ଏବେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ୧୦ ନମ୍ୱରରେ ସାମିଲ୍ ହୋଇଛି। ପୂର୍ବୁର ଭାରତ ୧୧ ନମ୍ୱର ସ୍ଥାନରେ ଥିଲା। ତେବେ କରୋନା ଭାଇରସର କେନ୍ଦ୍ର କୁହାଯାଉଥିବା ଚୀନରେ ୫ ମାସ ପରେ ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବା ଜଣାପଡ଼ିଛି। ଏବେ ଚୀନ ସର୍ବାଧିକ କ୍ଷତିଗ୍ରସ୍ତ ତାଲିକା ଦେଶର ୧୪ ନମ୍ୱର ସ୍ଥାନରେ ରହିଛି।

ସେହିପରି ଭାରତ ଉପରକୁ ତୁର୍କୀ ରହିଛି। ତୁର୍କୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬,୮୨୭ ରହିଛି। ୮ ନମ୍ୱର ସ୍ଥାନରେ ଜର୍ମାନୀ, ସପ୍ତମ ସ୍ଥାନରେ ଫ୍ରାନ୍ସ, ଷଷ୍ଠ ସ୍ଥାନରେ ଫ୍ରାନ୍ସ, ପଞ୍ଜମ ସ୍ଥାନରେ ଇଟାଲୀ, ଚତୁର୍ଥ ସ୍ଥାନରେ ସ୍ପେନ୍, ତୃତୀୟ ସ୍ଥାନରେ ଋଷିଆ, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ୍ ରହିଥିବାବେଳେ ପ୍ରଥମ ସ୍ଥାନରେ ଆମେରିକା ରହିଛି।



from Odisha Reporter https://ift.tt/3d6pF4E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages