ବଲାଙ୍ଗିର(ଘଟେଶ୍ୱର ମିଶ୍ର ): ଜଣେ କରୋନା ପଜିଟିଭ ଚିହ୍ନଟ ଯୁବତୀଙ୍କୁ ନେଇ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବତୀଙ୍କ ଘର ସମ୍ମୁଖରେ କୌଣସି ଷ୍ଟିକର ଲଗା ଯାଇ ନ ଥିବା ବେଳେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ନ ରହି ପରିବାର ଲୋକଙ୍କ ସହ ମିଳାମିଶା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରତିବାଦରେ ସେମାନେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ୍ଷ୍ଟାଣ୍ଡ ସମ୍ମୁଖରେ ଧାରଣାରେ ବସିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ଯୁବତୀ ଜଣକ ଦିଲ୍ଲୀରୁ ଫେରିଥିଲେ । ସେହି ଦିନ ହିଁ ତାଙ୍କ ସ୍ୱାବ ପରୀକ୍ଷା ଲାଗି ପଠାଯାଇଥିବା ବେଳେ ଗତ ୨୩ ତାରିଖରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ସମୟରେ ଯୁବତୀଜଣକଙ୍କ ନିୟମ ଅନୁସାରେ ସ୍କୁଲ କ୍ୱାରେଣ୍ଟାଇନ୍ରେ ନ ରହି ଘରେ ରହି ପରିବାର ଲୋକଙ୍କ ସହ ମିଳାମିଶା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯୁବତୀଜଣକ ହୋମ କ୍ୱାରେଣ୍ଟାଇନ୍ରେ ଥିବା ସରପଞ୍ଚ କହୁଥିବା ବେଳେ ଗାଁ ଲୋକେ କିନ୍ତୁ ଏହା ମାନିବାକୁ ନାରାଜ। ପ୍ରତିବାଦରେ ସେମାନେ ଗତ ରାତିରେ ବସ୍ଷ୍ଟାଣ୍ଡ ସମ୍ମୁଖରେ ଧାରଣାରେ ବସିଥିଲେ । ଖବର ପାଇ ଲୋଇସିଂହା ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା।
ଅନ୍ୟପଟେ ସମସ୍ତ ଅଭିଯୋଗକୁ ଭରସୁଜା ସରପଞ୍ଚ ଖଣ୍ଡନ କରିଛନ୍ତି ।
from Odisha Reporter https://ift.tt/2ZyROxh
No comments:
Post a Comment