ଏଚଆଇଭି ଭଳି କରୋନାର ଅନ୍ତ ହେବନାହିଁ ବୋଲି ସତର୍କ କରାଇଲା ‘ହୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ଏଚଆଇଭି ଭଳି କରୋନାର ଅନ୍ତ ହେବନାହିଁ ବୋଲି ସତର୍କ କରାଇଲା ‘ହୁ’

ନୂଆଦିଲ୍ଲୀ: ମହାମାରୀ କରୋନା କବଳରୁ ବିଶ୍ୱ କିମ୍ବା ଦେଶବାସୀଙ୍କୁ ଆଗାମୀ ଭବିଷ୍ୟତରେ କୌଣସି ନିସ୍ତାର ମିଳିବ ନାହିଁ। ଏହାର ଅନ୍ତ ହେବାର ସମ୍ଭାବନା ବହୁତ କମ। ତେଣୁ ବିଶ୍ୱବାସୀ କରୋନା ସହ ରହିବାକୁ ଅଭ୍ୟାସ କରିବା ଦରକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସମସ୍ତଙ୍କୁ ସତର୍କ କରାଇଛି।

‘ହୁ’ର ଜରୁରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମାଇକେଲ ରାୟନ କହିଛନ୍ତି, କରୋନା ଭାଇରସ ଆଗକୁ ଲୋକଙ୍କ ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରିବ ଓ ଏହା କେବେ ବି ବିଶ୍ୱ ଛାଡ଼ି ଯିବନାହିଁ। ଏଚଆଇଭି ଯେମିତି ସର୍ବଦା ଆମ ସହ ରହି ଆସିଛି ଠିକ ସେହିପରି କରୋନା ମଧ୍ୟ ସବୁବେଳେ ଆମ ସହ ରହିବ।

ବିଶ୍ୱରେ ଯେତେବେଳେ ଏଚଆଇଭି ମାମଲା ଆସିଥିଲା, ସମସ୍ତେ ଚକିତ ହୋଇଯାଇଥିଲେ। ଏହା ଦୀର୍ଘ ଦିନ ଧରି ଲୋକଙ୍କୁ କଲକଲ କରିଥିଲା। ଏବେ ବି ଏଚଆଇଭି ସହ ବିଶ୍ୱ ବଞ୍ଚୁଛି। ତଥାପି ଆମେ ଏଚଆଇଭିରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ସେମାନଙ୍କୁ ବଞ୍ଚାଇ ରଖିବାରେ ସକ୍ଷମ ହେଉଛୁ।

ସେହିପରି କରୋନାର ପ୍ରକୃତ କଥା ଆମକୁ ବୁଝିବାକୁ ହେବ। କେବେ ଏହି ମହାମାରୀ ଭାଇରସର ପ୍ରକୋପ କମିବ, ସେକଥା କେହି ବି ଜାଣି ନାହାନ୍ତି। ଯଦି ଆମେ କୌଣସି ଟିକା କିମ୍ବା ଔଷଧ ବାହାର କରିନେବା, ତା’ହେଲେ ଏହାକୁ ବିଶ୍ୱବାସୀଙ୍କ ମଧ୍ୟରେ ବାଣ୍ଟି କରୋନାର ମୁକାବିଲା କରିପାରିବା।

କରୋନା ଆଗକୁ ଆହୁରି ଭୟଙ୍କର ରୂପ ଧାରଣ କରିବ। ଏହା କେବେ ହେଲେ ଆମକୁ ଛାଡ଼ି ଯିବ ନାହିଁ। କରୋନା ସହ ଆମକୁ ବହୁତ ଦିନ ଯାଏ ଲଢ଼େଇ କରିବାକୁ ପଡ଼ିବ। ଲକଡାଉନ ଯୋଗୁ ବିଶ୍ୱରେ କରୋନା ପ୍ରକୋପକୁ ହ୍ରାସ କରାଯାଇ ପାରିଛି।

ଏବେ ବିଭିନ୍ନ ଦେଶ ଲକଡାଉନକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ହେଲେ ଏହାଦ୍ୱାରା କରୋନାର ସେକେଣ୍ଡ ୱେଭ ଦେଖିବାକୁ ମିଳିବ। ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର ବୋଲି ସେ ଚେତାଇ ଦେଇଛନ୍ତି।



from Odisha Reporter https://ift.tt/3dUW3qX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages