ଗୁନା: ପୁଣିଥରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପ୍ରବାସୀ ଶ୍ରମିକ। ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶରୁ ଆସିଛି ଏହି ଦୁଃଖଦ ଖବର। ଲକଡାଉନ ଯୋଗୁ ମହାରାଷ୍ଟ୍ରରରେ ଫସିଥିବା ୬୦ରୁ ଅଧିକ ଶ୍ରମିକ କିଛି ଉପାୟ ନ ପାଇ ଏକ ଟ୍ରକ୍ରେ ନିଜ ଘର ଉତ୍ତର ପ୍ରଦେଶକୁ ଫେରୁଥିଲେ।
ହେଲେ ମଧ୍ୟପ୍ରଦେଶରେ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ଟ୍ରକରେ ଥିବା ୮ ଜଣଙ୍କ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସେହିପରି ପ୍ରାୟ ୫୦ ଜଣ ଶ୍ରମିକ ଆହତ ହୋଇଛନ୍ତି।
ଏହି ଶ୍ରମିକମାନେ ଟ୍ରକ୍ ଯୋଗେ ଗତକାଲି ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ଆସୁଥିଲେ। ହେଲେ ମଧ୍ୟପ୍ରଦେଶର କ୍ୟାଣ୍ଟନେମଣ୍ଟ ପିଏସ ଅଞ୍ଚଳରେ ଏକ ବସ୍ ଟ୍ରକଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣାଗ୍ରସ୍ତ ବସ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ ହୋଇଛି।
ଏହାପୂର୍ବରୁ ଉତ୍ତର ପ୍ରଦେଶର ମୁଜାଫରନଗର ଠାରେ ଚାଲିଚାଲି ଆସୁଥିବା କିଛି ଶ୍ରମିକଙ୍କ ଉପରେ ବସ ମାଡ଼ି ଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2WtoXZ0
No comments:
Post a Comment