ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁନ୍ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା। ଏଥିନିମନ୍ତେ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ସାନିଟାଇଜ୍ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସିଏଚ୍ଏସ୍ଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କରୋନା ମୁକାବିଲା ପାଇଁ ଅଧିକାଂଶ ମୂଲ୍ୟାୟନ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ସେଗୁଡ଼ିକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ତେଣୁ ମୂଲ୍ୟାୟନକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେହି କେନ୍ଦ୍ରଗୁଡ଼ିକୁ ତୁରନ୍ତ ଖାଲି କରି ସାନିଟାଇଜ୍ କରାଯାଉ ତଥା ମୂଲ୍ୟାୟନ ସମୟରେ ଅଧ୍ୟାପକଙ୍କ ଥର୍ମାଲ ସ୍କ୍ରିନିଂ କରିବା ପାଇଁ ବ୍ୟବସ୍ଥା କରାଯାଉ।
ଏଥିସହ ୩୦ ତାରିଖ ସୁଦ୍ଧା କେନ୍ଦ୍ରଗୁଡ଼ିକୁ ସାନିଟାଇଜ୍ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିବା ପାଇଁ ସିଏଚ୍ଏସ୍ଇ ପକ୍ଷରୁ ଅନୁରୋଧ କରାଯାଇଛି।
from Odisha Reporter https://ift.tt/2M3CJeW
No comments:
Post a Comment