କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ

କୋରାପୁଟ (ସୂର୍ଯ୍ୟ ପଣ୍ଡା): କ୍ୱାରେଣ୍ଟାଇନ୍‌ରେ ରହିଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଦିଲ୍ଲୀରୁ ରାୟଗଡ଼ା ଫେରିବା ପରେ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସାଂସଦଙ୍କ ଘର ଆଗରେ କ୍ୱାରେଣ୍ଟାଇନ୍‌ ଷ୍ଟିକର ଲଗାଯାଇଛି।  ଜୁନ ୮ ଯାଏଁ ଅର୍ଥାତ୍‌ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ତାଙ୍କୁ କୁହାଯାଇଛି।

ସଂସଦ ଅଧିବେଶନରେ ଯୋଗଦେବାକୁ ମାର୍ଚ୍ଚରେ ଦିଲ୍ଲୀ ଯାଇଥିବା ସାଂସଦ ଉଲ୍ଲାକା। ତେବେ ଲକ୍‌ଡାଉନ୍‌ ଯୋଗୁ ଆଉ ଫେରି ପାରି ନ ଥିଲେ। ତେବେ ବିମାନ ସେବା ଆରମ୍ଭ ହେବାରୁ ସେ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ୩୦ରୁ ୨୯ ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ଏଯାଏଁ ରାୟଗଡ଼ା ଜିଲ୍ଲାରୁ କେହି ପଜିଟିଭ ଚିହ୍ନଟ ହୋଇନାହାନ୍ତି।



from Odisha Reporter https://ift.tt/2X4XDAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages