୧୧ଟା ମଧ୍ୟରେ ପାରାଦୀପ ଅତିକ୍ରମ କରିବ ‘ଅମ୍ଫାନ’, ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

୧୧ଟା ମଧ୍ୟରେ ପାରାଦୀପ ଅତିକ୍ରମ କରିବ ‘ଅମ୍ଫାନ’, ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବ ଆକଳନ ଅନୁସାରେ ବାତ୍ୟା ‘ଅମ୍ଫାନ’ ଗତି କରୁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଗତି କରୁଛି। ୧୧ଟା ମଧ୍ୟରେ ଏହା ପାରାଦୀପ ଅତିକ୍ରମ କରିବ। ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ଏହା ଭୋଗରାଇ ଓ ତାଳସାରି ଅତିକ୍ରମ କରିବ। ରାତି ୮.୩୦ରୁ ୧୦.୩୦ ମଧ୍ୟରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

ସେ କହିଛନ୍ତି, ‘ଅମ୍ଫାନ’ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ହେଉଛି। ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି। ଅନ୍ୟ କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ। ୧ ଲକ୍ଷ ୩୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏହା ପୂର୍ବରୁ ‘ଅମ୍ଫାନ’ ଦିଗ ବଦଳାଇ ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଗତି କରୁଥିବା କହିଥିଲେ। ସେ କହିଥିଲେ, ଅପରାହ୍ନରେ ଦୀଘା ଓ ହାତିଆ ମଧ୍ୟବର୍ତ୍ତୀ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ।



from Odisha Reporter https://ift.tt/2zdEYJV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages