ଅମ୍ଫାନ ପ୍ରଭାବ: ଗୋଟିଏ ଘର ଉପରେ ପଡ଼ିଲା ୩ ଗଛ, ଥାନାରେ ପଶିଲା ଜୁଆର ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

ଅମ୍ଫାନ ପ୍ରଭାବ: ଗୋଟିଏ ଘର ଉପରେ ପଡ଼ିଲା ୩ ଗଛ, ଥାନାରେ ପଶିଲା ଜୁଆର ପାଣି

ସୋର/ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି। ଜୋରରେ ପବନ ବହିବା ଯୋଗୁ ବାଲେଶ୍ୱରର ସୋର ପୌରପାଳିକାର ପଠାଣ ମହଲାରେ ଗୋଟିଏ ଘର ଉପରେ ତିନିଟି ଗଛ ପଡ଼ିଯାଇଛି। ଏଥିରେ ସେହି ପରିବାରର ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନାରେ ସମୁଦ୍ରର ଜୁଆର ପାଣି ପଶି ଯାଇଛି।

‘ଅମ୍ଫାନ’ ପ୍ରଭାବରେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପାରାଦୀପ। କିଛି ସମୟ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଏଠାରେ ଏଯାବତ୍ ସର୍ବାଧିକ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଏଠାରେ ସର୍ବାଧିକ ପବନ ମଧ୍ୟ ରେକର୍ଡ କରାଯାଇଛି। ପାରାଦୀପରେ ପବନର ବେଗ ଘଣ୍ଟା ପ୍ରତି ୧୦୬ କିମି ରେକର୍ଡ କରାଯାଇଥିବା ବେଳେ ଖବର ଲେଖାଯିବା ବେଳକୁ ଏହା ବଢ଼ି ୧୧୦ କିମିରେ ପହଞ୍ଚି ସାରିଥିଲା। ଏଠାରେ ଘଣ୍ଟା ପ୍ରତି ୧୪୫ କିମ ଯାଏ ପବନ ବହିବାର ସମ୍ଭାବନା ରହିଛି।

ଶ୍ରୀ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୬୦.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୬ ମିମି, ବାଲେଶ୍ୱରରେ ୫୨.୨ ଓ ଗୋପାଳପୁରରେ ୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ପବନର ବେଗ ଘଣ୍ଟା ପ୍ରତି ୭୪କିମି ରହିଥିବା ବେଳେ ଭୁବନେଶ୍ୱରରେ ୫୬ କିମି ରେକର୍ଡ କରାଯାଇଛି। ବାଲେଶ୍ୱରରେ ପବନର ବେଗ ଘଣ୍ଟାକୁ ୫୯ କିମି ଥିବା ବେଳେ ପୁରୀରେ ୩୯ କିମି ରହିଛି।



from Odisha Reporter https://ift.tt/36e5hfb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages