ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଏହି ନୂଆ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୪୭୦ ସାମ୍ପଲ ଟେଷ୍ଟ ହୋଇଛି। ଏଯାବତ ରାଜ୍ୟରେ ମୋଟ ୪୧ ହଜାର ୧୨୮ଟି ନମୁନା ପରୀକ୍ଷା ସରିଛି। ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨ ଜଣ ଚିକିତ୍ସାଧୀନ ଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି। ଜଣଙ୍କ ମୃତ୍ୟୁ ହୋଇଛି।
from Odisha Reporter https://ift.tt/2KT9Mlx
No comments:
Post a Comment