ବର୍ଷ ଶେଷ ବେଳକୁ ଆମେରିକା ପାଖରେ ଥିବ କରୋନା ଭ୍ୟାକସିନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ବର୍ଷ ଶେଷ ବେଳକୁ ଆମେରିକା ପାଖରେ ଥିବ କରୋନା ଭ୍ୟାକସିନ!

ୱାଶିଂଟନ: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭ୍ୟାକସିନ ଖୋଜିବାରେ ଲାଗିଛି। ତେବେ ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ୨୦୨୦ ଶେଷ ବେଳକୁ ଆମେରିକା ପାଖରେ କରୋନା ଭାଇରସକୁ ମାତ ଦେବାକୁ ଭ୍ୟାକସିନ ମହଜୁଦ ଥିବ ବୋଲି ସେ ଘୋଷଣା କରିଛନ୍ତି।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, “ବର୍ଷ ଶେଷ ବେଳକୁ କରୋନାର ମୁକାବିଲା କରିବା ପାଇଁ ଆମ ପାଖରେ ଭ୍ୟାକସିନ ମହଜୁଦ ଥିବ ବୋଲି ମୋର ଯଥେଷ୍ଟ ବିଶ୍ୱାସ ରହିଛି। ଆମର ବୈଜ୍ଞାନିକ ଓ ଗବେଷକମାନେ ଏହା ଉପରେ କାମ କରୁଛନ୍ତି। ମୋର ସେମାନଙ୍କର ଉପରେ ବିଶ୍ୱାସ ରହିଛି। ଏବେ କରୋନା ଭ୍ୟାକସିନର ପରୀକ୍ଷା କିଛି ଲୋକଙ୍କ ଉପରେ କରାଯାଉଛି। ଏହା ସଫଳ ହେବ ବୋଲି ମୋର ଆଶା।

ଯଦି ଏହି ସମୟ ସୀମା ମଧ୍ୟରେ ଆଉ କୌଣସି ଦେଶ କରୋନା ଭ୍ୟାକସିନ ବାହାର କରିଦେବ, ତା’ହେଲେ ମୁଁ ବହୁତ ଖୁସି ହେବି। ମୁଁ କିଛି ବି ଶୁଣିବାକୁ ପ୍ରସ୍ତୁତ ନୁହେଁ, ମୁଁ କେବଳ ଏମିତି ଏକ ମେଡିସିନ ବାହାର କରିବାକୁ ଚାହୁଁଛି ଯାହା କରୋନାକୁ ମାତ ଦେଇପାରିବ। ସେହି ମେଡିସିନ ଆମେରିକା ବାହାର କରୁ କି ଅନ୍ୟ କୌଣସି ଦେଶ, କିନ୍ତୁ ଆମକୁ ମେଡିସିନ ଦରକାର। ”

ଟ୍ରମ୍ପ ଆହୁରି କହିଛନ୍ତି, ମୋର ଆଶା ସେପ୍ଟେମ୍ବର ମାସରୁ ସ୍କୁଲ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲି ପାରିବ। ଏବେ ସମସ୍ତଙ୍କୁ ମୁଁ ଘରକୁ ଫେରିଯିବାକୁ ନିବେଦନ କରୁଛି। ଖୁବଶୀଘ୍ର ସବୁ କିଛି ଠିକ ହୋଇଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।



from Odisha Reporter https://ift.tt/3fi6beM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages