ଦାନା ବାନ୍ଧୁଛି ବାତ୍ୟା ; ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ଦାନା ବାନ୍ଧୁଛି ବାତ୍ୟା ; ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗର ପରେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଓ ମଧ୍ୟ ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାର ରୂପ ନେବା ଆଶଙ୍କା ରହିଛି ।

ଜୁନ୍ ୨ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ଦିଗକୁ ଗତି କରିବ । ଏହାପରେ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରିବ । ୩ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହା ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଉପକୂଳରେ ସାମାନ୍ୟ କିମ୍ବା ମଧ୍ୟମ ଧରଣର ବର୍ଷା ହୋଇପାରେ । ସେପଟେ ଅବପାତ ଯୋଗୁଁ ଚଳିତବର୍ଷ ମୌସୁମୀ ଅନୁକୂଳ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।



from Odisha Reporter https://ift.tt/2yQX6ZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages