ଗାଇଡଲାଇନ୍‌ ଅନୁଯାୟୀ ଆଜିଠୁ ଆରମ୍ଭ ହେଲା ଟ୍ରେନ୍ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ଗାଇଡଲାଇନ୍‌ ଅନୁଯାୟୀ ଆଜିଠୁ ଆରମ୍ଭ ହେଲା ଟ୍ରେନ୍ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚାଲୁଛି । ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚାଲୁଛି ।

ଆଜି ସକାଳେ ପ୍ରଥମ ଟ୍ରେନ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଛି । ଟ୍ରେନ୍ ଯାତ୍ରାର ଗାଇଡଲାଇନ୍‌ ଅନୁଯାୟୀ,  ଯାତ୍ରୀଙ୍କ ପାଇଁ ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ ଲକ୍ଷଣ ବିହୀନ ଯାତ୍ରୀ ହିଁ ଟ୍ରେନ୍ ଯାତ୍ରା କରିପାରିବେ । ପୂର୍ବରୁ ଚାଲିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଏବଂ  ସ୍ପେଶାଲ ଏସି ଟ୍ରେନ ସହ ଏସବୁ ଟ୍ରେନ୍ ଆଜିଠାରୁ ଚଳାଚଳ ଆରମ୍ଭ କରିଛି।

ସାରା ଭାରତବର୍ଷରେ ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଯାତ୍ରୀ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ନେଇ ସୂଚନା ମିଳିଛି । ଜୁନ ୧ରୁ ୩୦ ତାରିଖ ମଧ୍ୟରେ ହାରାହାରି ୨୬ ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭସେନ କରିଛନ୍ତି । ପାସେଞ୍ଜରମାନଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । କେବଳ ଟିକେଟ କନଫର୍ମ ହୋଇଥିବା ଯାତ୍ରୀ କିମ୍ବା ଆରଏସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ଦିଆଯିବ ।



from Odisha Reporter https://ift.tt/3gMStkX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages