କରୋନା ଟିକା ପାଇଁ ଭାରତର ୮ ସହରରେ ଚାଲିଛି ଜୋରଦାର ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

କରୋନା ଟିକା ପାଇଁ ଭାରତର ୮ ସହରରେ ଚାଲିଛି ଜୋରଦାର ଉଦ୍ୟମ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଚାଇନାର ଆକ୍ରାନ୍ତଙ୍କ ସଂଖ୍ୟାକୁ ବି ଭାରତ ଅତିକ୍ରମ କରିଯାଇଛି। ଏବେ ଏହାର ମୁକାବିଲା ପାଇଁ ଆବଶ୍ୟକ ସମ୍ଭାବ୍ୟ ଟିକା ପାଇଁ ଦେଶର ୮ ସହରରେ ୧୪ଟି ପ୍ରକଳ୍ପ କାମ ଜୋରଦାରେ ଚାଲିଛି। ଉଭୟ ସରକାରୀ ଓ ଘରୋଇ ଲ୍ୟାବରେ ଚାଲିଥିବା ଏହି ପ୍ରକଳ୍ପ କାମକୁ ସରକାରୀ ସ୍ତରରେ ସବୁ ପ୍ରକାରର ସମର୍ଥନ ଯୋଗାଇ ଦିଆଯାଉଛି।

୮ ରାଜ୍ୟର ୮ ସହରରେ ଚାଲିଥିବା ଭ୍ୟାକସିନ ଖୋଜା କାମ ମଧ୍ୟରୁ ଗୋଟିଏ ପ୍ରକଳ୍ପ ଟ୍ରାଏଲ ଷ୍ଟେଜରେ ପହଞ୍ଚି ଗଲାଣି। ସେହିପରି ଆଉ ୪ଟି ପ୍ରକଳ୍ପ ପ୍ରାୟ ଶେଷ ହେବା ସ୍ଥିତିରେ ରହିଛି। ବାଓଟେକ୍ନୋଲଜି ବିଭାଗ(ଡିବିଟି) ଓ ସାଇନ୍ସ ଏବଂ ଟେକ୍ନୋଲଜି ବିଭାଗ(ଡିଏସଟି) ପକ୍ଷରୁ ଏହି ସବୁ ଭ୍ୟାକସିନ ଖୋଜା ପ୍ରକଳ୍ପ ଉପରେ ନଜର ରଖାଯାଇଛି।

ନିକଟରରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ଭ୍ୟାକସିନ ଖୋଜା କାମ ପାଇଁ ୧୦୦ କୋଟିର ପାଣ୍ଠି ଦେବାକୁ ବ୍ୟବସ୍ଥା ହୋଇଥିଲା। ତେବେ ଏହି ଅର୍ଥ ବର୍ତ୍ତମାନ ଚାଲୁଥିବା ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯିବ କି ନାହିଁ, ସେକଥା ଜଣାପଡ଼ିନାହିଁ। ଜଣେ ଅଧିକାରୀ କହିଛନ୍ତି, “ଏହି ସବୁ ପ୍ରକଳ୍ପ ପାଇଁ ସ୍କ୍ରିନିଂ ଶେଷ ହୋଇଛି। ବର୍ତ୍ତମାନ ସ୍ଥିତିରେ ପ୍ରଧାନମନ୍ତ୍ରୀ ଭ୍ୟାକସିନ ପାଇଁ ଘୋଷଣା କରିଥିବା ଅର୍ଥ ଏଠାକୁ ଆସିବୁ କି ନାହିଁ, ସେକଥା ଜାଣିନାହୁଁ।

ପୂର୍ବରୁ ଯେଉଁ ଯୋଜନା ମାଧ୍ୟମରେ ଅର୍ଥ ଦିଆଯିବ ବୋଲି କୁହାଯାଇଥିଲା, ତଦ୍‌ନୁସାରେ କାମ ଚାଲିଛି।”୧୪ଟି ଭ୍ୟାକସିନ ଖୋଜା ପ୍ରକଳ୍ପ ମଧ୍ୟରୁ ୭ଟି କେବଳ ଦୁଇଟି ସହରରେ ଚାଲିଛି।

ପୁଣେରେ ୪ଟି ସ୍ଥାନରେ ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ହାଇଦ୍ରାବାଦର ୩ଟି ସ୍ଥାନରେ କାମ ଚାଲିଛି। ସେହିପରି ଅହମଦାବାଦ, ଭେଲ୍ଲୋର, ନୂଆଦିଲ୍ଲୀ, ଇନ୍ଦୋର, ଥିରୁଭନନ୍ତପୁରମ ଓ ମୋହାଲିରେ ବି ଭ୍ୟାକସିନ ବାହାର କରିବା ପାଇଁ ଜୋରଦାର ପରୀକ୍ଷାନୀରିକ୍ଷା ଚାଲିଛି।



from Odisha Reporter https://ift.tt/2LuxpBf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages