ଭାତରୁ ବାହାରୁଛି ପୋକ, କଞ୍ଚା ରହୁଛି ରୁଟି; ଏପରି ଅଭିଯୋଗ ଆଣିଲେ ପ୍ରବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ଭାତରୁ ବାହାରୁଛି ପୋକ, କଞ୍ଚା ରହୁଛି ରୁଟି; ଏପରି ଅଭିଯୋଗ ଆଣିଲେ ପ୍ରବାସୀ

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ସଙ୍ଗରୋଧ କକ୍ଷରେ ମିଳୁଛି ନିମ୍ନ ମାନର ଖାଦ୍ୟ। କେତେବେଳେ ଭାତରୁ ପୋକ ବାହାରୁଛି ତ ରୁଟି କଞ୍ଚା ରହୁଛି। ପୁଣି କେତେବେଳେ ସୁଜି ହାଲୁଆ ବା ଉପମାର ମାନ ଅତି ଖରାପ ରହୁଛି, ଯାହାକୁ କି ପାଟିରେ ଦେଇ ହେଉ ନାହିଁ। ଏପରି ସାଂଘାତକ ଅଭିଯୋଗ ଆଣିଛନ୍ତି ରାଜଗାଙ୍ଗପୁର କ୍ୱାରେଣ୍ଟାଇନ୍‌  କେନ୍ଦ୍ରରେ ରହୁଥିବା ପ୍ରବାସୀ।

ରାଜଗାଙ୍ଗପୁର ପ୍ରଶାସନ ତରଫରୁ ପ୍ରବାସୀଙ୍କ ପାଇଁ ୬ଟି ସଙ୍ଗରୋଧ କକ୍ଷ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କୁ ଉକ୍ତ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଛି। ମାତ୍ର ଉକ୍ତ କେନ୍ଦ୍ରରେ ରହୁଥିବା କିଛି ଲୋକ ପ୍ରଶାସନ ତରଫରୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି । ସରକାର ଖାଦ୍ୟ ପାନୀୟ ନିମନ୍ତେ  ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ଟଙ୍କା ଏବଂ ଶିଶୁଙ୍କ ପାଇଁ ୧୦୦ଟଙ୍କା ଧାର୍ଯ୍ୟ  କରିଛନ୍ତି।  ଏହାସତ୍ତ୍ୱେ ରାଜଗାଙ୍ଗପୁର ପୌରପାଳିକା ତରଫରୁ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ଅଭିଯୋଗ ସାମନାକୁ ଆସିଛି।

ପ୍ରବାସୀଙ୍କ ଅଭିଯୋଗ ଅନୁଯାୟୀ, ଖାଦ୍ୟ ଠିକ ସମୟରେ ମିଳୁ ନ ଥିବା ବେଳେ ଦିଆଯାଉଥିବା ଭାତ ଖାଇଲା ବେଳେ ପୋକ ବାହାରୁଛି, ରୁଟି କଞ୍ଚା ରହୁଛି । ସୁଜି ହାଲୁଆ ପାଟିରେ ଦେଇ ହେଉନି । ଏ ନେଇ ଅଭିଯୋଗ କଲେ ଅଧିକାରୀ ଶୁଣୁ ନାହାନ୍ତି ଏବଂ ଓଲଟା ଦୁର୍ବ୍ୟବହାର କରୁଛନ୍ତି ।

ଏ ନେଇ ପୌରପାଳିକା ଅଧିକାରୀ ସୌରେନ୍ଦ୍ର କୁମାର ରାଉତରାୟଙ୍କୁ ପଚରା ଯିବାରୁ  ସେ ଏ ବିଷୟରେ ଅବଗତ ଥିବା ନେଇ କହିଛନ୍ତି । କିଛି ଲୋକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ଚାହୁଁ ନାହାନ୍ତି। ନିଆଁ ପାଣି ଏପଟସେପଟ ହେଲେ ଖାଦ୍ୟର ମାନ ପରିବର୍ତ୍ତନ ହୋଇପାରେ। ତଥାପି ସେମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇ ଦେବାକୁ ଆମେ ସବୁବେଳେ ଚେଷ୍ଟା ଜାରି ରଖିଛୁ ବୋଲି ସେ କହିଛନ୍ତି।

 

 



from Odisha Reporter https://ift.tt/3dUpSaL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages