ନରସିଂହପୁର(ଦିଲୀପ ପଣ୍ଡା): ମନ୍ଦିର ଭିତରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି ପୂଜକ। ଏପରି ଜଘନ୍ୟ ହତ୍ୟାକାଣ୍ଡ ଗତ ରାତିରେ କଟକ ଜିଲ୍ଲା ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଘଟିଛି। ଏପରି କଲେ କରୋନା ହଟିବ ବୋଲି ସ୍ୱପ୍ନାଦେଶ ହୋଇଥିବା ପୂଜକ କହୁଥିବା ବେଳେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
ମନ୍ଦିର ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ପୁଲିସ୍କୁ ଦେଇଥିବା ବୟାନ ଅନୁଯାୟୀ, କରୋନା ପରି ମହାମାରୀ ହଟିବା ନିମନ୍ତେ ନର ବଳି ଦେବାକୁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଗ୍ରାମର ୫୫ ବର୍ଷୀୟ ସରୋଜ ପ୍ରଧାନ ନାମକ ବ୍ୟକ୍ତି ଗତ ରାତିରେ ମନ୍ଦିର ଆସିଥିଲେ। ଉକ୍ତ ସମୟରେ ସୁଯୋଗ ଅପେକ୍ଷାରେ ଥିବା ମନ୍ଦିର ପୂଜକ ଏକ କଟୁରୀରେ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଥିଲା ଓ ପ୍ରାଣବାୟୁ ଉଡ଼ି ଯାଇଥିଲା।
ଏହାପରେ ଥାନାରେ ହତ୍ୟା ଅଭିଯୁକ୍ତ ମନ୍ଦିର ପୂଜକ ଆତ୍ମସମର୍ପଣ କରିଛନ୍ତି । କଟୁରି ଜବତ କରି ନରସିଂହପୁର ପୁଲିସ୍ ତନାଘନା ଆରମ୍ଭ କରିଛି । ଆଠଗଡ଼ SDPO ଆଲୋକ ରଞ୍ଜନ ରାୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅଆରମ୍ଭ କରିଛନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
from Odisha Reporter https://ift.tt/2TJIraj
No comments:
Post a Comment