ନୂଆଦିଲ୍ଲୀ: ବିମାନ ଭଡ଼ାରେ ଆଣି ଜଣେ ବ୍ୟକ୍ତି ତାଙ୍କ ପରିବାରର ୪ ଜଣ ସଦସ୍ୟକୁ ମଧ୍ୟପ୍ରଦେଶର ଭୋପାଳରୁ ଦିଲ୍ଲୀ ପଠାଇଛନ୍ତି। ସାଧାରଣ ବିମାନରେ ଗଲେ ବ୍ୟକ୍ତିଙ୍କ ପତ୍ନୀ, ଦୁଇ ପିଲା ଓ ନାନି କରୋନାରେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେ ଏଭଳି କରିଥିବା ଜଣାପଡ଼ିଛି।
ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୱେଷ୍ଟ ଇଣ୍ଡିଆର ଏକ କମ୍ପାନୀ ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଇ ଏୟାରବସ ୩୨୦ ବିମାନ ଯୋଗାଇ ଦେଇଥିଲେ। ଏଥିରେ ପ୍ରାୟ ୧୮୦ ଜଣ ବିସିବାର ବ୍ୟବସ୍ଥା ରହିଛି। ହେଲେ ବିମାନଟିରେ କେବଳ ୪ ଜଣ ଭୋପାଳରୁ ନୂଆଦିଲ୍ଲୀ ଯାତ୍ରା କରିଥିଲେ।
ବ୍ୟକ୍ତି ଜଣଙ୍କର କିମ୍ବା କମ୍ପାନୀ ପକ୍ଷରୁ ବିମାନ ଭଡ଼ା ସମ୍ପର୍କରେ କିଛି କୁହାଯାଇନାହିଁ। ହେଲେ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ ଏଭଳି ବିମାନ ଭଡ଼ା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ବିମାନଟି ପ୍ରଥମେ ସୋମବାର ଦିନ କେବଳ କ୍ରୁ ସଦସ୍ୟଙ୍କୁ ନେଇ ସକାଳ ୯.୦୫ରେ ଭୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରି ୧୦.୩୦ରେ ଭୋପାଳରେ ପହଞ୍ଚିଥିଲା।
ଏହାପରେ ଭୋପାଳରୁ ୪ ଜଣ ସଦସ୍ୟଙ୍କୁ ନେଇ ୧୧.୩୦ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ। ଦିଲ୍ଲୀ ଦିନ ୧୨.୫୫ ପରେ ଏହା ଲ୍ୟାଣ୍ଡ କରିଥିଲେ। ଏହି ଦେଢ଼ ଘଣ୍ଟାର ଯାତ୍ରା ପାଇଁ ବ୍ୟକ୍ତି ଜଣଙ୍କ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।
ଏହାପୂର୍ବରୁ ମାର୍ଚ୍ଚ ୨୧ ତାରିଖରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ୟୁରୋପରୁ ଭାରତ ଆସିଥିଲେ। ଏଥିପାଇଁ ଉକ୍ତ ପରିବାରକୁ ୮୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା।
from Odisha Reporter https://ift.tt/2yIW4zc
No comments:
Post a Comment