ଟ୍ରକକୁ ପଛରୁ ପିଟିଲା ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍: ୪ ମୃତ, ୨୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ଟ୍ରକକୁ ପଛରୁ ପିଟିଲା ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍: ୪ ମୃତ, ୨୨ ଆହତ

ମୁମ୍ୱାଇ: ଆଜି ସକାଳେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାର ଶିକାର ହୋଇଛି। ବସଟି ଡମ୍ପରକୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ୨୨ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ୟଭତମଲରେ ଏହି ଦୁର୍ଘଟଣା ଘଟିଛି। ବସଟି ସୋଲାପୁରରୁ ଝାଡ଼ଖଣ୍ଡ ଯାଉଥିଲା। ଭାରସାମ୍ୟ ହରାଇ କିମ୍ୱା ବସ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଆକଳନ କରାଯାଉଛି।

ଦୁର୍ଘଟଣା ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇଛି। ୨୨ ଆହତଙ୍କ ମଧ୍ୟରୁ କିଛି ଗୁରୁତର ରହିଛନ୍ତି। ବସ ଓ ଡମ୍ପର ମଧ୍ୟରେ ଏଭଳି ଧକ୍କା ହୋଇଛି ଯେ ବସଟିର ଆଗ ପଟ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଡମ୍ପର ଭିତରେ ଥିବା ସମସ୍ତ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/3e2MV3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages