ଦୁଇ ଓ ଚାରି ଚକିଆ ଗାଡ଼ି ଉପରୁ ଉଠିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ଦୁଇ ଓ ଚାରି ଚକିଆ ଗାଡ଼ି ଉପରୁ ଉଠିଲା କଟକଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପାଇଁ ରାଜ୍ୟରେ ଗାଡ଼ି ଚଳାଚଳ ନେଇ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଏହି କଟକଣା ପ୍ରତ୍ୟାହାର ହୋଇଛି ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ପ୍ରକାର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗୁଥିବା ୨ ଚକିଆ ଯାନ ଓ ୪ ଚକିଆ ଯାନ ଚଳାଚଳ ସ୍ୱଚ୍ଛନ୍ଦରେ ହୋଇପାରିବ। ତେବେ ନିରାପଦ ଭାବେ ଡ୍ରାଇଭିଂ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ଆବଶ୍ୟକ।

ଏହାସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ କହିଛନ୍ତି ପୁଲିସ କମିଶନର। ତେବେ ଅନ୍ତଃରାଜ୍ୟ ଯାତ୍ରା ନେଇ ପୂର୍ବ ନିର୍ଦ୍ଦେଶାବଳୀ ପୂର୍ବଭଳି ବଳବତ୍ତର ରହିଛି ବୋଲି ସେ ଜଣାଇଛନ୍ତି।



from Odisha Reporter https://ift.tt/2TjG3GX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages