ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ, ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ, ଚାଲିଗଲା ଜୀବନ

ବାରିପଦା(ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ  ଆଜି ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଶବ ସତ୍କାର ନିମନ୍ତେ  ଗ୍ରାମବାସୀ  ରାଜି ହେଉ ନାହାନ୍ତି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ନହଣ୍ଡାଶୋଳ ପଞ୍ଚାୟତ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ତାରିଖରେ ସୁରତରୁ ଫେରିଥିଲେ। ଏହାପରେ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୭ ଦିନ ରହିଥିଲେ। ଗତ ୨୪ ତାରିଖରୁ ଘରକୁ ଆସି ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ।

ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ଆଜି ସକାଳେ ସେ ଅଣନିଶ୍ୱାସୀ ଅନୁଭବ କରିଥିଲେ। ଫଳରେ ଘର ବାହାରକୁ ପଳାଇ ଆସିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ମୃତକଙ୍କ ପରିବାରରେ ୨ ଜଣ ମହିଳା ଥିବା ବେଳେ ତାଙ୍କ ପୁଅ ଏବେ ସୁରତରେ ଥିବା ଜଣାଯାଇଛି।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବେତନଟୀ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି । ବାରିପଦାରୁ ଏକ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ସ୍ୱାବ ସଂଗ୍ରହ କରାଯିବ। ଏହାପରେ ପ୍ରୋଟକଲ ଅନୁଯାୟୀ, ସେମାନେ ତାଙ୍କ ଶବ ସତ୍କାର କରିବେ ବୋଲି ବେତନଟୀ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି।



from Odisha Reporter https://ift.tt/2ZKWZu6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages