ଟଳିଲା ପୁଲୱାମା ଭଳି ହମଲା, ୨୦ କେଜିର ଆଇଇଡି ଭର୍ତ୍ତି କାର୍‌ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ଟଳିଲା ପୁଲୱାମା ଭଳି ହମଲା, ୨୦ କେଜିର ଆଇଇଡି ଭର୍ତ୍ତି କାର୍‌ ଠାବ

ପୁଲୱାମା: ଦେଶକୁ ଦୋହଲାଇ ଦେଇଥିବା ଗତବର୍ଷର ପୁଲୱାମା ହମଲାର ପୁନରାବୃତ୍ତିକୁ ଅଳ୍ପକେ ଟାଳି ଦେବାକୁ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କଶ୍ମୀରରେ ପୁଣିଥରେ ପୁଲୱାମା ଭଳି ହମଲା କରିବାକୁ ଆତଙ୍କବାଦୀମାନେ କାର ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ତେବେ ସୁରକ୍ଷାକର୍ମୀଙ୍କ କଡ଼ା ଯାଞ୍ଚ ଯୋଗୁ ଏହା ପଣ୍ଡ ହୋଇଯାଇଛି। ବିସ୍ଫୋରଣ ପାଇଁ ଆତଙ୍କବାଦୀମାନେ ୨୦ କେଜିର ଆଇଇଡି ଆଣିଥିଲେ। ଏତେ ପରିମାଣର ଆଇଇଡି ସହ କାରକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ତେବେ କାର ଚାଳକ ଖସି ଯିବାକୁ ସକ୍ଷମ ହୋଇଛି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ତା’କୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି। ସେହିପରି ଏକ ନିଛାଟିଆ ସ୍ଥାନରେ ଆଇଇଡିକୁ ବିସ୍ଫୋରଣ କରି ନଷ୍ଟ କରିଦିଆଯାଇଛି। ଆଇଇଡି ବିସ୍ଫୋରର ଭିଡିଓକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି।

ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିବାକୁ ଆତଙ୍କବାଦୀମାନେ କରିଥିବା ଯୋଜନା ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଆତଙ୍କବାଦୀମାନେ ପୁଲୱାମା ଭଳି କାର୍‌ ବିସ୍ଫୋରଣ କରିବାକୁ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସୁରକ୍ଷାକର୍ମୀ ଜାଣିବା ପରେ ସବୁଆଡ଼େ ଆଲର୍ଟ ଜାରି କରାଯାଇଥିଲା।

ଗତକାଲି ରାତିରେ ପୁଲୱାମାର ରାଜପୋରା ନିକଟରେ ଚେକିଂ ଚାଲିଥିବା ବେଳେ ହଠାତ୍‌ ଏକ ହୁଣ୍ଡାଇ ସାଣ୍ଟ୍ରୋ କାର ସେଠାରେ ପହଞ୍ଚିଥିଲା। ତେବେ ସେ ଚେକ ପଏଣ୍ଟରେ ଅଟକିବା ବଦଳରେ ଏହାକୁ ଅତିକ୍ରମ କରି ଖୁବ ଦ୍ରୁତଗତିରେ ଅତିକ୍ରମ କରିଯାଇଥିଲା। ସୁରକ୍ଷାକର୍ମୀମାନେ ଏହା ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଥିବା ଆତଙ୍କବାଦୀ ଜଣଙ୍କ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। ତେବେ ସୁରକ୍ଷାକର୍ମୀଙ୍କ ଘନଘନ ଆକ୍ରମଣକୁ ମୁକାବିଲା କରି ନପାରି ଆତଙ୍କବାଦୀ ଜଣଙ୍କ  ଗାଡ଼ି ଛାଡ଼ି ଖସି ଯାଇଥିଲା।

ପରବର୍ତ୍ତୀ ଅବସ୍ଥାରେ ଗାଡ଼ି ମଧ୍ୟରୁ ୨୦ କେଜି ଓଜନର ଆଇଇଡି ଜବତ ହୋଇଛି। ଗାଡ଼ିରେ ନକଲି ରେଜିଷ୍ଟ୍ରେସ ନମ୍ବର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଆଇଇଡିକୁ ଜବତ କରାଯିବା ପରେ ଏହାକୁ ଅନ୍ୟତ୍ର ନେଇ ବିସ୍ଫୋରଣ କରି ନଷ୍ଟ କରାଯାଇଛି। ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ କିଛି ଘର ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ପୁଲିସ୍‌ ଡିଜି ଦୀଲବାଗ ସିଂହ କହିଛନ୍ତି, ଗୁଇନ୍ଦା ରିପୋର୍ଟ ପାଇବା ପରେ ମଙ୍ଗଳବାର ଠାରୁ ହିଁ ଆମେ ଗାଡ଼ିର ସନ୍ଧାନରେ ଲାଗିଥିଲୁ। ଶେଷରେ ଆମେ ଏହାକୁ ପୁଲୱାମାର ରାଜପୋରାରେ ଠାବ କରିଛୁ। କାରଟି ବିସ୍ଫୋରଣ କରି ନଷ୍ଟ କରିବା ପୂର୍ବରୁ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ବୋମା ନିଷ୍କ୍ରିୟ ଟିମ୍‌ ଏହାକୁ ନଷ୍ଟ କରିଦେଇଛି। ପୁଲିସ୍‌, ସିଆରପିଏଫ ଓ ଆର୍ମି ମିଳିତ ଭାବେ ଏହି ଅପରେସନରେ ସାମିଲ ଥିଲେ। ଏକ ବଡ଼ ଧରଣର ହମଲା ଟଳିଯାଇଛି। ଏବେ ଏନଆଇର ୨ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି।

ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ କାର ବିସ୍ଫୋରଣ କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା।



from Odisha Reporter https://ift.tt/3c7eg3a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages