୭୮ ହଜାର ଡେଇଁଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୫୪୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

୭୮ ହଜାର ଡେଇଁଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୫୪୯

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଏବେ ଭାରତ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉ ଥିବା ଚାଇନାକୁ ଅତିକ୍ରମ କରିବାକୁ ବସିଲାଣି। ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ, ୮୨,୯୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ପାର କରିଛି।

ଗତ ୨୪ ଘଣ୍ଟାରେ ଦେଶରେ ୩୭୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପ୍ରାଣଘାତୀ କରୋନା ଭାଇରସ ୧୩୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୧୫ରୁ ବୃଦ୍ଧି ପାଇ ୨୫୪୯ରେ ପହଞ୍ଚି ଯାଇଛି। ତେବେ ଦେଶରେ ଆରୋଗ୍ୟ ହାର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କରୋନା ଆରୋଗ୍ୟ ହାର ୩୩.୬୩%ରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ନୂଆ ୩୭୨୨ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୩ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୨୫୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬,୨୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ୪୯,୨୧୯ ଜଣ ଚିକିତ୍ସିତ ହେଉଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ମୁହାଁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୯୭୫ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ ମହାରାଷ୍ଟ୍ରରରେ ଆଉ ୧୪୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୫୪ ଜଣଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୯୨୨ରେ ପହଞ୍ଚି ଯାଇଛି। ସେହିପରି ୫୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୭୫ ଛୁଇଁଛି। ଗୋଟିଏ ଦିନରେ ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୨୫,୯୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାଏ ୫୫୪୭ ଜଣ ସୁସ୍ଥ ହୋଇ ସାରିଲେଣି। କେବଳ ମୁମ୍ବାଇରେ ୧୫,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ୫୯୬ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୩୬୪ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୬୮ ଓ ମୃତ୍ୟୁସଂଖ୍ୟା ୫୬୬ରେ ପହଞ୍ଚିଛି। ଅହମଦାବାଦରେ ସର୍ବାଧିକ ୬୬୫୪ ଜଣ ଆକ୍ରାନ୍ତ ସାମ୍ନାକୁ ଆସିବା ବେଳେ ୪୬୬ ଜଣଙ୍କ ଜୀବନ ଯାଇଛି।

ତାମିଲନାଡୁରେ ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୨୭ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚି ଯାଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୯୮ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦୬ରେ ପହଞ୍ଚି ଯାଇଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୪୭, ଆସମରେ ୨, ବିହାରରେ ୭, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୧, ହିମାଚଳ ପ୍ରଦେଶରେ ୨, ଜମ୍ମୁ-କଶ୍ମୀରରେ ୧୧, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୩୩, କେରଳରେ ୩, ମଧ୍ୟପ୍ରଦେଶରେ ୨୩୨, ମେଘାଳୟରେ ୧, ଓଡ଼ିଶାରେ ୩, ପୁଡୁଚେରୀରେ ୧, ପଞ୍ଜାବରେ ୩୨, ରାଜସ୍ଥାନରେ ୧୨୧, ତେଲେଙ୍ଗାନାରେ ୩୪, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୮୩ ଓ ପଶ୍ଚିମବଙ୍ଗରେ ୨୦୭ ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/2WRmuXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages