ଚିହ୍ନଟ ହେଲେ ୭୩ କରୋନା ଆକ୍ରାନ୍ତ, ୬୦୦ ପାର୍‌ କଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ଚିହ୍ନଟ ହେଲେ ୭୩ କରୋନା ଆକ୍ରାନ୍ତ, ୬୦୦ ପାର୍‌ କଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ଚିହ୍ନଟ ହୋଇଥିବା ୭୩ ଜଣଙ୍କ ମଧ୍ୟରୁ ଗଞ୍ଜାମର ୪୨ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୧୭ ଜଣ ଯାଜପୁରର ହୋଇଥିବା ବେଳେ ଭଦ୍ରକରୁ ୯ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମରୁ ୪୨ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଖୋର୍ଦ୍ଧାର ୩ ଜଣ ବି ସୁରତ ଫେରନ୍ତା ହୋଇଥିବା ବେଳେ ସେମାନେ ମଧ୍ୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ଭଦ୍ରକକୁ ଚିହ୍ନଟ ୯  ଆକ୍ରାନ୍ତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ସେମାନଙ୍କ  ମଧ୍ୟରୁ ୫ ଜଣ ସୁରତରୁ ୩ ଜଣ ପଶ୍ଚିମବଙ୍ଗରୁ ଓ ଜଣେ କର୍ଣ୍ଣାଟକରୁ ଫେରିଥିବା ଜଣାଯାଇଛି।  ଯାଜପୁରରୁ ଚିହ୍ନଟ ୧୭ ଆକ୍ରାନ୍ତ କୋଲକାତା ଫେରନ୍ତା । ସୁନ୍ଦରଗଡ଼ର ୨ ଜଣ କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

ଏବେ ରାଜ୍ୟରେ ସମୁଦାୟ ୬୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫ ଆକ୍ଟିଭ କେସ୍ ଥିବା ବେଳେ ୧୪୩  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କ ମୃତ୍ୟୁ ହୋଇଥିବା  ସୂଚନା ମିଳିଛି।



from Odisha Reporter https://ift.tt/2LqjagP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages