କରୋନା ପ୍ରଭାବିତ ଦେଶ ତାଲିକା, ଚୀନ ପଛକୁ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

କରୋନା ପ୍ରଭାବିତ ଦେଶ ତାଲିକା, ଚୀନ ପଛକୁ ଭାରତ

ନୂଆଦିଲ୍ଲୀ: ଭାରତ ସମେତ ୨୧୦ଟି ଦେଶରେ କରୋନା ମହାମାରୀ ବ୍ୟାପିଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ପାଖାପାଖି ରହିଥିବା ବେଳେ ଗତଚ ୨୪ ଘଣ୍ଟାରେ ୧୨୨ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ଅନୁସାରେ ବିଶ୍ୱରେ ସବୁଠାରୁ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଏବେ ଭାରତର ସ୍ଥାନ ୧୨ ରହିଛି। ବିଶ୍ୱରେ ଏଯାବତ ସର୍ବାଧିକ ପ୍ରଭାବିତ ଦେଶ ଆମେରିକା ରହିଛି। ଏହାପରେ ସ୍ପେନ୍, ରୁଷିଆ, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନୀ, ତୁର୍କୀ, ଇରାନ, ଚୀନ୍ ରହିଛି। ଏହାପରେ ଭାରତ ରହିଛି। ଚୀନରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୧୬ ରହିଛି।

ଭାରତରେ ଲଗାତାର ଭାବରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୨୫ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪, ୨୮୧+ ରହିଛି। ଭାରତ ଏହି ସଂଖ୍ୟା ଛୁଇଁବା ପରେ ଭାରତ କାନାଡାକୁ ଟପିଛି। ଏହି ତୁଳନା ଗତ ଦୁଇ ଦିନର ଆକ୍ରାନ୍ତଙ୍କ ସଂଖ୍ୟାକୁ ତୁଳନା କରି କୁହାଯାଇଛି।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧,୦୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୪୨୭ ଛୁଇଁଛି। ରାଜ୍ୟରେ ଏବେ ୧୮,୩୮୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସୂଚନା ରହିଛି। ସେହିଭଳି ରାଜ୍ୟରେ ୫,୧୨୫ ଜଣ ଆରୋଗ୍ୟ ହୋଇଥିବା ବେଳେ ମୋଟ୍ ୯୨୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ବେଳକୁ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଅତିକ୍ରମ କରିଥିବ ବୋଲି ଆକଳନ କରାଯାଉଛି।

ସେହିପରି ଗୁଜରାଟରେ ୨୪ ଘଣ୍ଟାରେ ୨୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨୧ ଜଣ ଅହମଦାବାଦର। ଦିଲ୍ଲୀରେ ମଙ୍ଗଳବାର ମୋଟ୍ ୪୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୦୦ ଅତିକ୍ରମ କରିଛି।



from Odisha Reporter https://ift.tt/2Lq5Hpe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages