ଅମ୍ଫାନ ପ୍ରଭାବ: ପାରାଦୀପରେ ଅଧିକ ବର୍ଷା, ଅଧିକ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

ଅମ୍ଫାନ ପ୍ରଭାବ: ପାରାଦୀପରେ ଅଧିକ ବର୍ଷା, ଅଧିକ ପବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏବେ ଏହା ପାରାଦୀପ ଠାରୁ ୧୨୫ କିମି ଦୂରରେ ଅଛି। ସେହିଭଳି ପଶ୍ଚିମବଙ୍ଗର ଦୀଘାଠୁ ୨୪୦ କିମି ଓ ବାଂଲାଦେଶଠୁ ୩୯୫ କିମି ଦୂରରେ ଅଛି ଅମ୍ଫାନ। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୪ କିମି ବେଗରେ ଏହା ଗତି କରୁଛି ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

‘ଅମ୍ଫାନ’ ପ୍ରଭାବରେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପାରାଦୀପ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଏଠାରେ ଏଯାବତ୍ ସର୍ବାଧିକ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଏଠାରେ ସର୍ବାଧିକ ପବନ ମଧ୍ୟ ରେକର୍ଡ କରାଯାଇଛି। ପାରାଦୀପରେ ପବନର ବେଗ ଘଣ୍ଟା ପ୍ରତି ୧୦୬ କିମି ରେକର୍ଡ କରାଯାଇଥିବା ବେଳେ ଖବର ଲେଖାଯିବା ବେଳକୁ ଏହା ବଢ଼ି ୧୧୦ କିମିରେ ପହଞ୍ଚି ସାରିଥିଲା। ଏଠାରେ ଘଣ୍ଟା ପ୍ରତି ୧୪୫ କିମ ଯାଏ ପବନ ବହିବାର ସମ୍ଭାବନା ରହିଛି।

ଶ୍ରୀ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୬୦.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୫.୬ ମିମି, ବାଲେଶ୍ୱରରେ ୫୨.୨ ଓ ଗୋପାଳପୁରରେ ୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ପବନର ବେଗ ଘଣ୍ଟା ପ୍ରତି ୭୪କିମି ରହିଥିବା ବେଳେ ଭୁବନେଶ୍ୱରରେ ୫୬ କିମି ରେକର୍ଡ କରାଯାଇଛି। ବାଲେଶ୍ୱରରେ ପବନର ବେଗ ଘଣ୍ଟାକୁ ୫୯ କିମି ଥିବା ବେଳେ ପୁରୀରେ ୩୯ କିମି ରହିଛି।



from Odisha Reporter https://ift.tt/2TkDILQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages