ଦିଗ ବଦଳାଇଲା ବାତ୍ୟା ‘ଅମ୍ଫାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 19, 2020

ଦିଗ ବଦଳାଇଲା ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ଠାରୁ ଦିଗ ବଦଳାଇଲା ବାତ୍ୟା ‘ଅମ୍ଫାନ’। ଏହା ଏବେ ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଗତି କରୁଛି। ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

‘ଅମ୍ଫାନ’ ଏବେ ପାରାଦୀପ ଠାରୁ ୧୨୫ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୨୪୦ କିମି ଓ ବାଂଲାଦେଶ କ୍ଷେତିପୁରା ଠାରୁ ୩୯୫ କିମି ଦୂରରେ ରହିଛି।

ଶ୍ରୀ ବିଶ୍ୱାସ କହିଛନ୍ତି, ଅପରାହ୍ନରେ ଦୀଘା ଓ ହାତିଆ ମଧ୍ୟବର୍ତ୍ତୀ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି।  ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ।



from Odisha Reporter https://ift.tt/2LFkA7f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages