ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ନିଳୋକ ପଞ୍ଚାୟତକୁ ସରପଞ୍ଚ ଅଶୋକ କୁମାର ମହାନ୍ତି ୧୨ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ଶଟ୍ଡାଉନ୍ କଟକଣା ବଳବତ୍ତର ରହିବ। ଶଟ୍ଡାଉନ୍ ଯୋଗୁ ୧୧ଟି ୱାର୍ଡର ବିଭିନ୍ନ ଗାଁ ଲୋକେ ଘରୁ ବାହାରି ନାହାନ୍ତି। ଏଥିସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ନିଳୋକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରପଞ୍ଚ ଶଟ୍ଡାଉନ୍ କରିଛନ୍ତି।
ସୂଚନାଯୋଗ୍ୟ, ବନ୍ତ ବ୍ଲକରେ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ପାର୍ଶ୍ୱବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି। ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୨୫ ଜଣ ଚିକିତ୍ସାଧୀନ ଅଛନ୍ତି।
from Odisha Reporter https://ift.tt/3fVzVhG
No comments:
Post a Comment