୬୫ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର, ଅଧାରୁ ଅଧିକ ପଶ୍ଚିମବଙ୍ଗ ଫେରନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

୬୫ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର, ଅଧାରୁ ଅଧିକ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୬୫ ଜଣଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍‌ କରାଯାଇଛି।

ଏହି ସୂଚନା ଅନୁଯାୟୀ, ଯାଜପୁରରେ ଚିହ୍ନଟ ହୋଇଥିବା ୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ପଶ୍ଚିମବଙ୍ଗ ଫେରନ୍ତା। ଆଉ ଜଣେ ଝାଡ଼ଖଣ୍ଡରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ।

ଗଞ୍ଜାମରେ ଆଉ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେମାନେ ସମସ୍ତେ ସୁରତରୁ ଫେରିଥିଲେ। ସେହିପରି ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। କଟକରେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତ ଅହମଦାବାଦରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। କେନ୍ଦ୍ରାପଡ଼ାରେ ଚିହ୍ନଟ ୪ ଆକ୍ରାନ୍ତ ସୁରତରୁ ଫେରିଥିଲେ। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ।

ପୁରୀରେ ଆଉ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା। ସେଠାରୁ ଫେରି ସେମାନେ କ୍ୱାରେଣ୍ଟାଇନ୍‌ରେ ଥିଲେ।

ନୟାଗଡ଼ରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ରେ ଥିଲେ।
ଖୋର୍ଦ୍ଧାରେ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଓ ଅନ୍ୟ ଜଣେ ସୁରତରୁ ଆସିଥିଲେ। ଦୁଇ ଜଣ ଯାକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଅନ୍ୟ ଜଣେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ମୟୂରଭଞ୍ଜର ଦୁଇ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍‌ରେ ଥିଲେ।

୧୩ଟି ନୂଆ କେସ୍ ସହିତ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଯାଇଛି। ୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ବାକି ୨୭୪ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି ୩୧ଟି ନୂଆ କେସ୍ ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୬ ନୂଆ ଆକ୍ରାନ୍ତଙ୍କ ସହିତ କଟକ ଜିଲ୍ଲାରେ ଏହି ସଂଖ୍ୟା ୧୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଥିବା ବେଳେ ବାକିମାନେ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଜଣ ଚିକିତ୍ସାଧୀନ ରହିଛନ୍ତି। ପୁରୀରେ ୪ଟି ନୂଆ କେସ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରେ ଆଉ ୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୫୬ରେ ପହଞ୍ଚିଛି ଓ ସେମାନଙ୍କ ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯ ଜଣ ଚିକିତ୍ସାଧୀନ ଅଛନ୍ତି।

ମୟୂରଭଞ୍ଜ ଓ ନୟାଗଡ଼ରେ ଆଉ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୧ ଓ ୬ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ୭୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫୬୮ଟି କେସ୍ ଆକ୍ଟିଭ୍ ରହିଛି।



from Odisha Reporter https://ift.tt/2WZxzG1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages