ଆଲୋଚନା ପାଇଁ ଡାକିଲା ନେପାଳ, ଭାରତ କହିଲା ପ୍ରଥମେ ବିଶ୍ୱାସ ସୃଷ୍ଟି କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଆଲୋଚନା ପାଇଁ ଡାକିଲା ନେପାଳ, ଭାରତ କହିଲା ପ୍ରଥମେ ବିଶ୍ୱାସ ସୃଷ୍ଟି କର

ନୂଆଦିଲ୍ଲୀ: ଭାରତର କିଛି ଅଂଶକୁ ନିଜର ବୋଲି କହି ବିବାଦ ସୃଷ୍ଟି କରିଥିବା ନେପାଳ ଏବେ ପଛଘୁଞ୍ଚା ଦେଇଛି। କଲାପାନି ସୀମା ବିବାଦର ସମାଧାନ କରିବା ପାଇଁ ନେପାଳ ପଡ଼ୋଶୀ ଭାରତ ସହ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା କରିବାକୁ ପ୍ରୟାସ ଆରମ୍ଭ କରିଛି।

ତେବେ ନେପାଳର ଏ ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରିନାହାନ୍ତି। ବରଂ ପ୍ରଥମେ ବିଶ୍ୱାସ ସୃଷ୍ଟି କର ଓ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପରିବେଶ ସୃଷ୍ଟି କରିବାକୁ ନେପାଳକୁ ପରାମର୍ଶ ଦେଇଛନ୍ତି। ଗୋଟିଏ ପଟେ ନେପାଳ ଆଲୋଚନା ପାଇଁ ଆଗେଇ ଆସୁଥିବା ବେଳେ ଅନ୍ୟପଟେ ଭାରତର କିଛି ଅଂଶ ଥିବା ନୂଆ ମ୍ୟାପ୍‌କୁ ସମ୍ବିଧାନରେ ପାସ୍‌ କରାଇବାକୁ ପ୍ରୟାସ କରୁଛି। ନେପାଳର ଏହି ଦୋମୁହାଁ ନୀତିକୁ ଭାରତ ବିରୋଧ କରିଛି।

ଲିପୁଲେଖ ଓ କଲାପାନି ଅଞ୍ଚଳକୁ ନେପାଳ ନିଜର ବୋଲି ଦର୍ଶାଇ ଏକ ନୂଆ ମ୍ୟାପ ତିଆରି କରିଛି। ତେବେ ଏହାକୁ ସମ୍ବିଧାନ ଉପସ୍ଥାପନ କରିବାରେ ବିଳମ୍ବ କରୁଛି। ସମ୍ବିଧାନରେ ନୂଆ ମ୍ୟାପ୍‌ ଆଲୋଚନା ପାଇଁ ଉପସ୍ଥାପନ କରିବାରୁ ନେପାଳର ପ୍ରମୁଖ ବିରୋଧୀ ଦଳ ନେପାଳୀ କଂଗ୍ରେସ କିଛି ସମୟ ମାଗିଥିଲା।

ସେହିପରି ପ୍ରସ୍ତାବିତ ସଂଶୋଧନ ବିଲ୍‌ରେ ମାଧେସି ପକ୍ଷରୁ ସେମାନଙ୍କ ବିଚାରକୁ ସାମିଲ କରିବାକୁ ଦାବି କରାଯାଇଛି। ଏସବୁ ଭିତରେ କେପି ଓଲି ସରକାର ଉକ୍ତ ସଂଶୋଧନ ବିଲ୍‌କୁ ସମ୍ବିଧାନରେ ଉପସ୍ଥାପନ କରିପାରି ନାହାନ୍ତି।

ଭାରତ ପକ୍ଷରୁ କୁହାଯାଇଛି, ନେପାଳରେ ଯାହା ସବୁ ଘଟୁଛି ତା’ ଉପରେ ନୂଆଦିଲ୍ଲୀର ନଜର ରହିଛି। ଏହାକୁ ଆମେ ଗୁରୁତ୍ୱର ସହ ନେଇଛୁ। ଭାରତ ସର୍ବଦା ତା’ର ସମସ୍ତ ପଡ଼ୋଶୀଙ୍କ ସହ ବୁଝାମଣା ଭିତ୍ତିରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ତେବେ ଏଥିପାଇଁ ଏକ ଉତ୍ତମ ପରିବେଶ ଓ ପରସ୍ପର ମଧ୍ୟରେ ବିଶ୍ୱାସ ସୃଷ୍ଟି ହେବା ଦରକାର। ଏହାଦ୍ୱାରା ଏକ ସକାରାତ୍ମକ ଫଳାଫଳ ବାହାରି ପାରିବ। ତେଣୁ ପ୍ରଥମେ ଉତ୍ତମ ପରିବେଶ ସୃଷ୍ଟି କରିବା ପରେ ଆଲୋଚନା ହେବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଭାରତ-ନେପାଳ ସୀମା ବିବାଦ ସୃଷ୍ଟି ହେବା ପରଠାରୁ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲ ନେପାଳ ରାଷ୍ଟ୍ରଦୂତ ନିଲାମ୍ବର ଆଚାର୍ଯ୍ୟଙ୍କୁ ଦୁଇଥର ଭେଟିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ(ନର୍ଥ) ପୀୟୂଷ ଶ୍ରୀବାସ୍ତବ ମଧ୍ୟ ଏକାଧିକ ଥର ନେପାଳ ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି ଓ ତାଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି।

ଗତ ନଭେମ୍ବର ମାସରୁ ହିଁ ନେପାଳ ସରକାର ଭାରତ ସହ କଲାପାନି ସୀମା ବିବାଦକୁ ନେଇ ଆଲୋଚନା କରିବାକୁ ଚାହୁଁଛନ୍ତି। ହେଲେ ଭାରତ ସରକାର ପୂର୍ବରୁ ଏଥିପାଇଁ ଆଗ୍ରହ ଦେଖାଉଥିଲେ ହେଁ ଏବେ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି।



from Odisha Reporter https://ift.tt/2Xc1oV5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages