ଆଜି ଚାଇନା ଉପରେ ବଡ଼ ଘୋଷଣା କରିପାରନ୍ତି ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଆଜି ଚାଇନା ଉପରେ ବଡ଼ ଘୋଷଣା କରିପାରନ୍ତି ଟ୍ରମ୍ପ

ୱାଶିଂଟନ: ହଂକଂ ଓ କରୋନା ଭାଇରସ ପ୍ରସଙ୍ଗରେ ଚାଇନାକୁ ଟାର୍ଗେଟ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଆଜି ବଡ଼ ଘୋଷଣା କରିପାରନ୍ତି। ଚାଇନା ଉପରେ ଚଳିତ ସପ୍ତାହରେ ସବୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଟ୍ରମ୍ପ କିଛି ଦିନ ତଳେ କହିଥିଲେ। ଏସବୁ ଭିତରେ ଆଜି ଚାଇନା ପ୍ରସଙ୍ଗରେ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।

ହଂକଂ ପାଇଁ ଚାଇନା ସ୍ୱତନ୍ତ୍ର ସୁରକ୍ଷା ବିଲକୁ ପାସ୍‌ କରାଇଥିବା ବେଳେ ଏହାକୁ ଆମେରିକା ବିରୋଧ କରିଛି। ଏପରି କି ହଂକଂରେ ଚାଇନା ଯେଉଁ ସବୁ କାର୍ଯ୍ୟ କରୁଛି, ତା’କୁ ବି ଟ୍ରମ୍ପ ପ୍ରଶାସନ ବିରୋଧ କରିଥିଲା। ଖୋଦ ଟ୍ରମ୍ପ ବି ଚାଇନାକୁ ହଂକଂ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଥିଲେ। ତେଣୁ ଆଜି ଟ୍ରମ୍ପ କରିବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି।

ସୂତ୍ର ଅନୁସାରେ ଟ୍ରମ୍ପ ଚାଇନା ଉପରେ ଟାରିଫ ଲାଗୁ କରିବା ସହ ଭିସା ନିୟମକୁ ଅଧିକ ସଶକ୍ତ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ସେହିପରି ଅନ୍ୟ ଅର୍ଥନୀତିକ ଜୋରିମାନା ଲଗାଇବା ସମ୍ପର୍କରେ ବି ଘୋଷଣା ହୋଇପାରେ।

ଆମେରିକା ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଥିଲେ ଯେ ଚାଇନା ଜାଣିଶୁଣି ହଂକଂର ସ୍ୱାଧୀନତାକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। ଯଦି ଚାଇନା ଏପରି କାର୍ଯ୍ୟ କରିବ, ତା’ହେଲେ ଆମେରିକା ପକ୍ଷରୁ ବେଜିଂକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତାକୁ ପ୍ରତ୍ୟାହାର କରିନିଆଯିବ।



from Odisha Reporter https://ift.tt/2X9Yi40

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages