ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଶକ୍ତି ସୁଗାର୍ସ କମ୍ପାନୀ ପରିସରରେ ଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ଶୋଇଥିବା ବେଳେ ଗତ ରାତିରେ ୨ ଟ୍ୟାଙ୍କର ଡ୍ରାଇଭରଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ଗତକାଲି ବିଳମ୍ବିତ ରାତିରେ ଏହି ୩ ଡ୍ରାଇଭର ଛଟପଟ ହେଉଥିବା ଅନ୍ୟ ଟ୍ୟାଙ୍କର ଡ୍ରାଇଭରମାନେ ଦେଖିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଏମାନଙ୍କର ମୃତ୍ୟୁ ହୋଇଛି ତାହା ଏ ଯାଏ ଅସ୍ପଷ୍ଟ ରହିଛି। ଟାଉନ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଲକଡାଉନ୍ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଡ୍ରାଇଭର ଶକ୍ତି ସୁଗାର୍ସକୁ ଆସିଥିଲେ। ମାତ୍ର ମାଲ୍ ନେଇ ନ ଥିବାରୁ ଏମାନେ ଏଠାରେ ରହି ଯାଇଥିଲେ। ସମସ୍ତ ମୃତକ ଓ ଗୁରୁତର ବିହାର ଅଞ୍ଚଳର ହୋଇଥିବା ବେଳେ ସେମାନେ ସମ୍ପର୍କୀୟ ଭାଇ ବୋଲି ଜଣା ପଡିଛି ।
from Odisha Reporter https://ift.tt/3bg1EX0
No comments:
Post a Comment