ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା କୁହାଯାଇଛି।
୧୮ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ ଏହି ୯୬ ଜଣଙ୍କ ମଧ୍ୟରୁ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରେ ସର୍ବାଧିକ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୯, ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ, ଗଞ୍ଜାମ, ଯାଜପୁର, କଟକ ଓ ଜଗତସିଂହପୁରରୁ ୬ ଜଣ ଲେଖାଏଁ, କଳାହାଣ୍ଡିରୁ ୫, ବାଲେଶ୍ୱର, ଦେବଗଡ଼ ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ, ଢେଙ୍କାନାଳରୁ ୨, ପୁରୀ, ନୟାଗଡ଼ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
କେନ୍ଦ୍ରାପଡ଼ାରେ ୧୦ ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୭୧ (୩୦ ସୁସ୍ଥ, ୪୧ ଚିକିତ୍ସାଧୀନ)ରେ ପହଞ୍ଚିଛି। ସେହିପରି ଆଉ ୧୦ ନୂଆ ରୋଗୀଙ୍କ ସହିତ ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି।
ଆଉ ୯ ଜଣ ଚିହ୍ନଟ ହେବା ପରେ ଖୋର୍ଦ୍ଧାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧ ( ୬୦ ସୁସ୍ଥ, ୬୭ ଚିକିତ୍ସାଧୀନ ଓ ୩ ମୃତ)ରେ ପହଞ୍ଚିଯାଇଛି। ଭଦ୍ରକ, ବଲାଙ୍ଗିର ଓ ସୁନ୍ଦରଗଡ଼ରେ ୭ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୧୧୩ (୯୫ ସୁସ୍ଥ, ୧୮ ଚିକିତ୍ସାଧୀନ), ୬୯ (୬ ସୁସ୍ଥ, ୬୩ ଚିକିତ୍ସାଧୀନ) ଓ ୪୮ (୨୭ ସୁସ୍ଥ, ୨୧ ଚିକିତ୍ସାଧୀନ)ରେ ପହଞ୍ଚିଛି।
୬ଟି ନୂଆ କେସ୍ ଆସିବା ପରେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର ହୋଇଯାଇଛି। ଏଠାରେ ମୋଟ ୪୦୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧୭ ଜଣ ସୁସ୍ଥ ହୋଇସାରିଲେଣି। ୮୪ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଯାଜପୁର, କଟକ ଓ ଜଗତସିଂହପୁରରୁ ଆଉ ୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୨୫୯ (୧୭୩ ସୁସ୍ଥ, ୮୬ ଚିକିତ୍ସାଧୀନ), ୯୫ (୨୬ ସୁସ୍ଥ, ୬୮ ଚିକିତ୍ସାଧୀନ, ୧ ମୃତ୍ୟୁ) ଓ ୬୬ (୨୮ ସୁସ୍ଥ, ୩୮ ଚିକିତ୍ସାଧୀନ)ରେ ପହଞ୍ଚିଛି
କଳାହାଣ୍ଡିରୁ ୫ ଜଣ ଚିହ୍ନଟ ହୋଇଥିବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ (୨ ସୁସ୍ଥ, ୧୮ ଚିକିତ୍ସାଧୀନ) ଛୁଇଁଛି। ବାଲେଶ୍ୱର, ଦେବଗଡ଼ ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୧୪୬ (୧୨୦ ସୁସ୍ଥ, ୨୫ ଚିକିତ୍ସାଧୀନ), ୨୮ (୨ ସୁସ୍ଥ, ୨୬ ଚିକିତ୍ସାଧୀନ) ଓ ୧୮ (ସମସ୍ତେ ଚିକିତ୍ସାଧୀନ)ରେ ପହଞ୍ଚିଛି।
ଢେଙ୍କାନାଳରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଥିବା ବେଳେ ବାକିମାନେ ଚିକିତ୍ସାଧୀନ ଅଛନ୍ତି। ପୁରୀ, ନୟାଗଡ଼ ଓ କେନ୍ଦୁଝରରୁ ଆଉ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୮୭ (୩୩ ସୁସ୍ଥ, ୫୪ ଚିକିତ୍ସାଧୀନ), ୬୫ (୧୦ ସୁସ୍ଥ, ୫୫ ଚିକିତ୍ସାଧୀନ) ଓ ୨୨ (୮ ସୁସ୍ଥ, ୧୪ ଚିକିତ୍ସାଧୀନ)ରେ ପହଞ୍ଚିଛି।
from Odisha Reporter https://ift.tt/2Xfy4gr
No comments:
Post a Comment