“ଆମେ ଚିନ୍ତିତ, ତଥାପି ଆମ ପାଇଁ କାମ ପ୍ରଥମ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

“ଆମେ ଚିନ୍ତିତ, ତଥାପି ଆମ ପାଇଁ କାମ ପ୍ରଥମ”

ନୂଆଦିଲ୍ଲୀ: ଦୁଇ ମାସ ଧରି ବନ୍ଦ ଥିବା ବିମାନ ସେବା ଶେଷରେ ସୋମବାର ପାଖରୁ ଆରମ୍ଭ ହୋଇଛି। ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଏବେ ଅଧିକ ରହିଛି ହେଲେ ଦିଲ୍ଲୀ ଓ ଅନ୍ୟାନ୍ୟ ବିମାନ ବନ୍ଦରର ସମସ୍ତ କର୍ମଚାରୀ ନିଜ ନିଜ କାମରେ ନିୟୋଜିତ ରହିଛନ୍ତି।

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର ଆଟେଣ୍ଡାଣ୍ଟ ଅମନଦୀପ କୌର କହିଛନ୍ତି, “କରୋନା ସଂକ୍ରମଣକୁ ନେଇ ଆମେ ସମସ୍ତେ ଚିନ୍ତିତ ରହିଛୁ, ହେଲେ ପ୍ରଥମେ କାମ। ଆମେ ସମସ୍ତେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଓ ଗାଇଡ୍ ଲାଇନ୍ ପାଳନ କରୁଛୁ”।

ତେବେ ଘରୋଇ ବିମାନ ସେବା ଆରମ୍ଭ ହୋଇଥିବାରୁ ବିମାନ ବନ୍ଦରରେ ଥିବା ଖାଇବା ଏବଂ ଅନ୍ୟାନ୍ୟ ଦୋକାନ ଖୋଲିଛି। ହେଲେ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଦୋକାନୀ ନିୟମ ପାଳନ କରୁଥିବା ଦେଖିବାକୁ ମିଳିଛି।

ତେବେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଆଜିଠୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥବା ଜଣାପଡ଼ିଛି।

ବିମାନ ବନ୍ଦରରେ ଯାତ୍ରୀ ପ୍ରବେଶ କରିବା ବେଳେ କିମ୍ୱା ବିମାନ ବନ୍ଦରରୁ ଯାତ୍ରୀ ବାହାରିବା ବେଳେ ଥର୍ମାଲ୍ ସ୍କ୍ରିନିଂ ହେଉଥିବା ଦେଖିବାକୁ ମିଳିଛି। ଏଥିସହି ବିମାନରେ ଚଢ଼ିବା ପୂର୍ବରୁ ଯାତ୍ରୀ ଗାଇଡ୍ ଲାଇନ୍ ପାଳନ କରୁଛନ୍ତି କି ନାହିଁ ସେ ବାବଦରେ ମଧ୍ୟ ଚେକିଂ ହେଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମେ’ ୨୫ରୁ ଲକଡାଉନ୍ ରହିଛି। ସେବେଠୁ ବିମାନ ସେବା ବନ୍ଦ ରହିଥିଲା।



from Odisha Reporter https://ift.tt/2XpoEhj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages