ଶାଖା ପରିଚାଳକଙ୍କୁ ମାଡ଼ ପ୍ରତିବାଦରେ ଲ୍ୟାମ୍ପ୍ସ, ପ୍ୟାକ୍ସ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ଶାଖା ପରିଚାଳକଙ୍କୁ ମାଡ଼ ପ୍ରତିବାଦରେ ଲ୍ୟାମ୍ପ୍ସ, ପ୍ୟାକ୍ସ ବନ୍ଦ

କେନ୍ଦୁଝର(ପ୍ରଣୟ ପାଣି): ଲକଡାଉନ୍‌ ବେଳେ ଚାଷ କାମ ସହ ଜଡିତ ସମସ୍ତ ସେବାକୁ କଟକଣା ମୁକ୍ତ କରାଯାଇଛି । ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଲ୍ୟାମ୍ପ୍ସ ଏବଂ ପ୍ୟାକ୍ସ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି । ତେବେ କେନ୍ଦୁଝର ଜିଲ୍ଲାରେ ଦେଖାଦେଇଛି ବ୍ୟତିକ୍ରମ। ଜିଲ୍ଲାର ସମସ୍ତ ୪୪ଟି ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି ।

ଜଙ୍ଘିରା ଲ୍ୟାମ୍ପ ଅଧୀନ ପିଠାଗୋଳାର ଶାଖା ପରିଚାଳକ ମୋହନ ଚରଣ ସାହୁ ଅଫିସ ସାରି ବାହାରକୁ ବାହାରିବା ସମୟରେ ପଣ୍ଡାପଡ଼ା ପୁଲିସ ତାଙ୍କୁ ଲାଠି ମାଡ କରିଥିବା ଅଭିଯୋଗ କରିଥିଲେ। ଏହାକୁ  ବିରୋଧ କରି ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସଂଘ ଗତ କାଲିଠାରୁ ସବୁ ଲ୍ୟାମ୍ପ୍ସରେ ତାଲା  ପକାଇବାକୁ ନିଷ୍ପତି ନେଇଥିଲା। ଏହାପରେ ଆଜି ଜିଲ୍ଲାର ୪୪ ଟି ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସଂପୂର୍ଣ୍ଣ ରୂପେ ବନ୍ଦ ରହିଛି । ଫଳରେ ବିହନ ପାଇଁ ଆସୁଥିବା ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଛି ।



from Odisha Reporter https://ift.tt/3d8wpyp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages