ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ କେତେ ସୁରକ୍ଷିତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ କେତେ ସୁରକ୍ଷିତ?

ଇସଲାମାବାଦ: ପାକିସ୍ତାନରେ ଥବା ଅଳ୍ପ ସଂଖ୍ୟକ ନିର୍ଯାତନାର ଶିକାର ହେଉଛନ୍ତି। ଏ ନେଇ ବିଭିନ୍ନ ମଞ୍ଚରେ ପାକିସ୍ତାନ ବିରୋଧରେ ସ୍ୱର ଉଠିଛି। ହେଲେ ଏହାକୁ ଇମ୍ରାନ୍ ସରକାର ଖାରଜ କରି ଆସୁଛନ୍ତି। ଏହାରି ଭିତରେ ପାକିସ୍ତାନ ମାନବାଧିକାର କମିଶନ ଇମ୍ରାନ ସରକାରଙ୍କ ପୋଲ୍ ଖୋଲିଛନ୍ତି। ୨୦୧୯ରେ ପାକିସ୍ତାନରେ ହୋଇଥିବା ମାନବାଧିକାର ଉଲ୍ଲଂଘନ ସବୁଠୁ ଚିନ୍ତାଜନକ ବୋଲି ବାର୍ଷିକ ରିପୋର୍ଟରେ କମିଶନ କହିଛନ୍ତି। ଏମିତିକି ଏଠାରେ ଧର୍ମାନ୍ତୀକରଣ କରାଯାଇ ଅଳ୍ପ ସଂଖ୍ୟକ ଯୁବତୀଙ୍କ ବିବାହ କରାଯାଉଛି ବୋଲି ମଧ୍ୟ ପାକିସ୍ତାନର ମାନବାଧିକାର କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

୨୦୧୯ରେ ମାନବାଧିକାର ରିପୋର୍ଟ ବାବଦରେ କମିଶନ ଉଲ୍ଲେଖ କରି କହିଛନ୍ତି, କରୋନା ମହାମାରୀ ପାଇଁ ଦେଶରେ ଧାର୍ମିକ ଅଳ୍ପ ସଂଖ୍ୟକଙ୍କ ସ୍ଥିତି ଆହୁରି ଖରାପ ହେବ। ହିନ୍ଦୁ ଏବଂ ଖ୍ରୀଷ୍ଟ୍ରିଆନ ଧର୍ମର ଲୋକମାନେ ନିଜର ଧାର୍ମିକ ସ୍ୱାଧୀନତା ପାଇବାରେ ସକ୍ଷମ ହେବେ ନାହିଁ। ଏହାର କାରଣ ସଂଖ୍ୟା ବହୁଳଙ୍କ ଦ୍ୱାରା ଅତ୍ୟାଚାର। ହେଲେ ଦେଶର ସମ୍ୱିଧାନ ଏହି ଅଳ୍ପ ସଂଖ୍ୟକଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛି।

ଅଳ୍ପ ସଂଖ୍ୟକ ଲୋକଙ୍କ ସହିତ ଏଠାରେ ଭେଦଭାବ ହୋଇଛି। ଅଳ୍ପ ସଂଖ୍ୟକ ଯୁବତୀଙ୍କୁ ଘରୁ ଉଠାଇ ଆଣି ବଳପୂର୍ବକ ଧର୍ମାନ୍ତୀକରଣ କରାଯାଉଛି। ଏମିତିକି ରୋଜଗାର ବେଳେ ଅଳ୍ପ ସଂଖ୍ୟକ ଭେଦ ଭାବର ଶିକାର ହେଉଛନ୍ତି ବୋଲି କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ମାନବାଧିକାର କମିଶନର ମହାସଚିବ ହାରିସ ଖାଲିକ କହିଛନ୍ତି, ଆଗାମୀ ଦିନରେ ରାଜନୀତିକ ବିରୋଧ କାରଣରୁ ଗଣମାଧ୍ୟମର ସ୍ୱାଧୀନତା ହ୍ରାସ ପାଇପାରେ। ବେଲୁଚିସ୍ତାନରେ ଥିବା ଖାଦାନ ଗୁଡ଼ିକରେ ନାବାଳକଙ୍କ ବିରୋଧରେ ଅତ୍ୟାଚାର ସାଙ୍ଗକୁ ଦୁଷ୍କର୍ମ ହେଉଥିବା ଖବର ରହିଛି। ଯାହାକି ଆଗାମୀ ଦିନରେ ଚିନ୍ତାଜନକ ହୋଇପାରେ।

ସୂଚନାଯୋଗ୍ୟ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏବଂ ତାଙ୍କ ଦଳ କୁହେ ପାକିସ୍ତାନରେ ସମସ୍ତ ଧର୍ମର ସମ୍ମାନ ଅଧିକାର ରହିଛି। ଅଳ୍ପ ସଂଖ୍ୟକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ତାଙ୍କର ଲକ୍ଷ୍ୟ। ଯେଉଁମାନେ ତାଙ୍କ ବିରୋଦରେ ଅତ୍ୟାଚାର କରିବେ ତାଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସବୁଠୁ ବଡ଼କଥା ହେଲା ଏବେ ବି ପାକିସ୍ତାନରେ ହିନ୍ଦୁ, ଶୀଖ୍, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବତୀଙ୍କୁ ବଳପୂର୍ବକ ଘରୁ ଉଠାଇ ଅଣାଯାଇ ଧର୍ମ ପରିବର୍ତ୍ତନ କରାଯାଏ। ଏହାପରେ ତାଙ୍କର ବିବାହ କରିଦିଆଯାଏ। ଏ ନେଇ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ପାକିସ୍ତାନ ସରକାର ଏହାକୁ ଖାରଜ କରନ୍ତି।



from Odisha Reporter https://ift.tt/2yZwIg8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages