ହୁ’ ସହ ସମ୍ପର୍କ ଚ୍ଛିନ୍ନକଲା ଆମେରିକା, ଚାଇନା ଉପରେ ଲଗାଇଲା ଏମିତି କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ହୁ’ ସହ ସମ୍ପର୍କ ଚ୍ଛିନ୍ନକଲା ଆମେରିକା, ଚାଇନା ଉପରେ ଲଗାଇଲା ଏମିତି କଟକଣା

ୱାଶିଂଟନ: କରୋନା ମାଡ଼ରେ ଧରାଶାୟୀ ହୋଇଯାଇଥିବା ଆମେରିକା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସହ ସମସ୍ତ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ହୁ’କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବା ଆମେରିକା ଏବେ ଆହୁରି କଠୋର ହୋଇଛି।

ସେହିପରି ସାରା ବିଶ୍ୱକୁ କରୋନା ମହାମାରୀ ମଧ୍ୟକୁ ଠେଲି ଦେଇଥିବା ଚାଇନା ଉପରେ ବି ଆମେରିକା ଅଳ୍ପ ପରିମାଣର କଟକଣା ଲଗାଇଛି। ଏ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

ହ୍ୱାଇଟ ହାଉସରେ ଟ୍ରମ୍ପ କହିଛନ୍ତି, ସୁରକ୍ଷା ପାଇଁ ବିପଦ ସାଜି ଆମେରିକାରେ ରିସର୍ଚ୍ଚ କରୁଥିବା ଚାଇନିଜ ବୈଜ୍ଞାନିକଙ୍କ ଉପରେ ବ୍ୟାନ ଲାଗୁ ହେବ। ଆମେରିକା ଆଇନ ଅନୁସାରେ କାର୍ଯ୍ୟ କରୁ ନଥିବା ଚାଇନିଜ କମ୍ପାନୀ ଉପରେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଆମେରିକା ଷ୍ଟକ ଏକ୍ସଚେଞ୍ଜ ଏଭଳି କମ୍ପାନୀ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି। ଗ୍ରେଟ ବ୍ରିଟେନ ସହ ହୋଇଥିବା ଚୁକ୍ତିଙ୍କୁ ଉଲ୍ଲଙ୍ଘନ ହେଉଥିବାରୁ ଆମେରିକା ପକ୍ଷରୁ ହଂକଂକୁ ଦିଆଯାଉଥିବା ସ୍ୱତନ୍ତ୍ର ବ୍ୟବସାୟ ମାନ୍ୟତା ଓ ଯାତାୟାତ ସୁବିଧାକୁ ପ୍ରତ୍ୟାହାର କରିନେବ। ଚାଇନା ସମସ୍ତ ପ୍ରକାରର ଚୁକ୍ତିକୁ ଉଲ୍ଲଙ୍ଘନ କରିବା ଆରମ୍ଭ କରିଛି ବୋଲି ଟ୍ରମ୍ପ କହିଛନ୍ତି।

ସେ ଆହୁରି କହିଛନ୍ତି, “ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓ ତାଙ୍କ ପ୍ରଶାସନ ଚାଇନାକୁ ଆମେରିକାରେ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ତେବେ ଆମେ ଆଉ ଏଥିପାଇଁ ଅନୁମତି ଦେବୁନାହୁଁ। ଚାଇନା ଆମଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ନେଇଯାଇଛି। ଆଗକୁ କିଛି ଚାଇନା ଲୋକଙ୍କୁ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।”

ହୁ’କୁ ପୂର୍ବରୁ ଚାଇନାର କଣ୍ଢେଇ ବୋଲି କହିଥିବା ଟ୍ରମ୍ପ ଏହି ସଂସ୍ଥା ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, “ସେମାନେ ଆମ ଅନୁରୋଧକୁ ରକ୍ଷା କଲେ ନାହିଁ କିମ୍ବା ଆମେ ଦେଇଥିବା ପ୍ରସ୍ତାବ ଉପରେ କାର୍ଯ୍ୟ କଲେନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଅନେକ ସଂସ୍କାର ଦରକାର।

ଆମେ ଆଜିଠାରୁ ହିଁ ହୁ’ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ହୁ’କୁ ଦେଉଥିବା ଅର୍ଥ ଏବେ ବିଶ୍ୱର ଅନ୍ୟ ପ୍ରାନ୍ତରେ ସ୍ୱାସ୍ଥ୍ୟ ସେବା ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଖର୍ଚ୍ଚ କରିବୁ। ସମଗ୍ର ବିଶ୍ୱ ଚାଇନା ଠାରୁ ଭାଇରସର ଉତ୍ତର ଉତ୍ତର ଚାହୁଁଛି। ତେଣୁ ଆମକୁ ସ୍ୱଚ୍ଛତା ପ୍ରଦର୍ଶନ କରିବାକୁ ପଡ଼ିବ। କରୋନାକୁ ନିୟନ୍ତ୍ରଣ କରିବାରେ ହୁ’ ବିଫଳ ହୋଇଛି। ବିଶ୍ୱରେ କରୋନା ମୃତ୍ୟୁ ପାଇଁ ହୁ’ ହିଁ ଦାୟୀ। ଆମେ ୪୫୦ ମିଲିୟର ଡାଲାର ପାଣ୍ଠି ଦେଉଥିବା ବେଳେ ଚାଇନା କେବଳ ୪୦ ମିଲିୟନ ଡଲାର ଦେଉଛି। ତଥାପି ହୁ’ ଚାଇନା କଥାରେ ପରିଚାଳି ହୋଇ ସମଗ୍ର ବିଶ୍ୱକୁ ବିପଦ ମୁହଁକୁ ଠେଲି ଦେଇଛି।”

କରୋନା ଭାଇରସ ପାଇଁ ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଆମେରିକା ବାରମ୍ବାର ଭାଇରସର ଉତ୍ପତ୍ତି ସ୍ଥଳ ଚାଇନାରେ ବୋଲି କହୁଥିଲେ ହେଁ ଏହାକୁ ବେଜିଂ ସ୍ୱୀକାର କରୁନାହିଁ।

ଟ୍ରମ୍ପ ଚାଇନା ସମ୍ପର୍କରେ ଏତେ କଥା କହିଥିଲେ ହେଁ ଭାରତ ସହ ବେଜିଂର ଚାଲିଥିବା ସୀମା ବିବାଦ ସମ୍ପର୍କରେ କିଛି ବି କହି ନାହାନ୍ତି। ସେହିପରି ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନ ମଧ୍ୟ ଗ୍ରହଣ କରିନାହାନ୍ତି।



from Odisha Reporter https://ift.tt/2B7wPXZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages