ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରେଢାଖୋଲ ବ୍ଲକ ନାକଟିଦେଉଳ ହିତସରା ଗାଁରେ ଏକ ଦନ୍ତା ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଜଣକ ବିଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।
ନାକଟିଦେଉଳ ଅଞ୍ଚଳରେ ଏକ ଦନ୍ତା ଆକ୍ରମଣରେ ଗତ ୭ ଦିନ ମଧ୍ୟରେ ୨ ମହିଳାଙ୍କ ମୃତ୍ୟୁ ହୋଇ ସାରିଲାଣି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ବନ ବିଭାଗ ହାତୀକୁ ଧରିବାକୁ ତତ୍ପରତା ପ୍ରକାଶ କରୁ ନାହିଁ। ଫଳରେ ଆଜି ସକାଳୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
from Odisha Reporter https://ift.tt/2XCvm3y
No comments:
Post a Comment