ଚଣ୍ଡିଗଡ଼: ଦେଶର ପ୍ରଥମ ରାଜ୍ୟ ଭାବେ କରୋନା ସଂକ୍ରମଣକୁ ରୋକିବା ପାଇଁ ହରିଆଣା ତା’ର ସୀମାକୁ ସିଲ କରିଛି। ଏଣିକି ଦିଲ୍ଲୀରୁ କେହି ବି ହରିଆଣା ଆସିପାରିବେ ନାହିଁ କିମ୍ବା ହରିଆଣାରୁ କେହି ବି ଦିଲ୍ଲୀ ଯାଇପାରିବେ ନାହିଁ। ତେବେ ଜରୁରୀ ସେବା ଗୁଡ଼ିକ ପୂର୍ବଭଳି ଚାଲିବ ବୋଲି ହରିଆଣା ସରକାର ଘୋଷଣା କରିଛନ୍ତି।
ହରିଆଣା ଗୃହ ମନ୍ତ୍ରୀ ଅନୀଲ ଭିଜ ଏ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି, ଦିଲ୍ଲୀ ସହ ସୀମାକୁ ଲାଗିଥିବା ହରିଆଣାର ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ସୀମାକୁ ଲାଗିଥିବା ବାଟ ଦେଇ ଲୋକମାନେ ଦିଲ୍ଲୀରୁ ହରିଆଣାକୁ ଆସିଯାଉଛନ୍ତି।
ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ବଢ଼ୁଛି। ରିପୋର୍ଟ ଅନୁସାରେ ଗତ ୭ ଦିନ ମଧ୍ୟରେ ଫରିଦାବାଦରେ ୯୮,ଝାଜ୍ଜରରେ ୦୬,ସୋନିପତରେ ୨୭ ଓ ଗୁରୁଗ୍ରାମରେ ୧୧୧ଟି ପଜିଟିଭ କେସ ସାମ୍ନାକୁ ଆସିଛି। ତେଣୁ ହାଇକୋର୍ଟ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନରେ ଯେଉଁ ସବୁ ସେବା ଜାରି ରଖିବାକୁ କୁହାଯାଇଛି ତା’କୁ ଛାଡ଼ି ବର୍ତ୍ତମାନ ଠାରୁ ଆନ୍ତଃରାଜ୍ୟ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ଦିଲ୍ଲୀ ସୀମାକୁ ସଂପୂର୍ଣ୍ଣ ଭାବେ ସିଲ କରିବାକୁ ନିଷ୍ପତ୍ତି ହୋଇଛି।
from Odisha Reporter https://ift.tt/2Am0V9H
No comments:
Post a Comment